News

ବାଜିଲା ବିଗୁଲ:ଏପ୍ରିଲ ୧୧ ,୧୮,୨୩,୨୯ରେ ଓଡିଶା ଭୋଟ

election

ଏପ୍ରିଲ ୧୧ ରୁ ମେ ୧୯ ଭୋଟ,ଗଣତି ମେ ୨୩ରୁ

ନିର୍ବାଚନ କମିଶନର ସୁନୀଲ ଆରୋରା ଭୋଟ ବିଗୁଲ ଫୁଙ୍କିଛନ୍ତି । ଏପ୍ରିଲ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ’୧୯ରେ ଶେଷ ହେବ । ମେ’ ୨୩ରେ ଭୋଟ ଫଳାଫଳ ପ୍ରକାଶ ପାଇବ । ସାରା ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ ।

ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରା କହିଛନ୍ତି ଯେ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଦେଶରେ ନିର୍ବାଚନୀ ଆଚାର ସଂହିତା ଲାଗୁ ହୋଇଛି। ଏହା ସହିତ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ, ଯାହା ଭୋଟରଙ୍କୁ ପ୍ରଭାବିତ କରିବ।

ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା କ୍ଷେତ୍ର ପାଇଁ ଭୋଟ୍‌ ନିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ଟି ଆସନ, ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ ଆସନ, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଲୋକସଭା କ୍ଷେତ୍ର ପାଇଁ ନିଆଯିବ ଭୋଟ୍‌। ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା କ୍ଷେତ୍ର ଓ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେବ। କେବଳ ୨୨ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

ପଢନ୍ତୁ; ଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆ ୪ ୱିକେଟରେ ବିଜୟୀ

Related posts

ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ

ENO Beuro

ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନରେ ସମ୍ମାନୀତ ହେଲେ ୩ ଓଡିଆ

ENO Beuro

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର , ଯାତ୍ରୀ ସୁରକ୍ଷିତ

ENO Beuro

Leave a Comment