EnewsOdia.Com

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି । ବିଜେପି, କଂଗ୍ରେସ ଏବଂ ଆପ୍‌ ନିଜ ନିଜ ଶୈଳୀରେ ପ୍ରଚାରରେ ମାତିଛନ୍ତି। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାର୍ଥୀମାନଙ୍କୁ ଚିହ୍ନ ଦିଆଯାଇଛି | ଏହି ଚିହ୍ନକୁ ନେଇ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ | ବିଜେପିର ପଦ୍ମ, କଂଗ୍ରେସର ହାତ ଓ ଆମ ଆଦମୀ ପାର୍ଟିର ଝାଡ଼ୁକୁ ବାଦ ଦେଇ କିଛି ପ୍ରାର୍ଥୀଙ୍କୁ ଅଜବ ଚିହ୍ନ ସବୁ ଦିଆଯାଇଛି | ପ୍ରାର୍ଥୀମାନଙ୍କୁ ଭେଣ୍ଡି, ଫୁଲକୋବି, ଗ୍ୟାସ ସିଲିଣ୍ଡର, ହେଲିକପ୍ଟର, ବଂଶୀ, କଳାପଟା, ବ୍ୟାଟେରୀ, ଟର୍ଚ୍ଚ, ଇଟା, ସିସିଟିଭି ଭଳି ଚିହ୍ନ ଦିଆଯାଇଛି | ଏହା ପୂର୍ବରୁ ନିର୍ବାଚନ ଆୟୋଗ ସେଓ, ପ୍ରେସରକୁକର, ଦୂରବୀକ୍ଷଣ ଯନ୍ତ୍ର, ହେଲମେଟ ଭଳି ଚିହ୍ନ ଜାରି କରିଥିଲେ |

ନିର୍ବାଚନୀ ସଂକେତ ଆଇନ ୧୯୬୮ର ଅନୁଚ୍ଛେଦ ୧୦ ଅନୁଯାୟୀ ରାଷ୍ଟ୍ରୀୟ ଜନମଞ୍ଚ ଦଳକୁ ବାଡ଼ି, ଲୋକ ନିର୍ମାଣ ଦଳକୁ ଦୂରବୀକ୍ଷଣ ଯନ୍ତ୍ର, ଅମନ ସମାଜ ପାର୍ଟିକୁ ହେଲମେଟ, ନ୍ୟାସନାଲିଷ୍ଟ ତୃଣମୂଳ କଂଗ୍ରେସ ପାର୍ଟିକୁ ସେଓ, ଲୋକତନ୍ତ୍ର ସୁରକ୍ଷା ପାର୍ଟିକୁ ପ୍ରେସର କୁକର ଚିହ୍ନ ଦିଆଯାଇଥିଲା |

ପଢନ୍ତୁ: ଏୟାର ଇଣ୍ଡିଆର ନିଲାମ ପାଇଁ ବିଜ୍ଞପ୍ତି ଜାରି

ସମ୍ବନ୍ଧିତ ଖବର

ଜିଓ ଲଞ୍ଚ କଲା ଜିଓଟିଭି କ୍ୟାମେରା

Ratnamani Maharana

ଜିଓଠାରୁ ଅଧିକା ସୁବିଧା ଦେଉଛି ବିଏସଏନଏଲ

Ratnamani Maharana

ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି

Ratnamani Maharana

ଅଣାୟତ୍ତ ହେଲାଣି କରୋନା ଭାଇରସ୍, ଆକ୍ରାନ୍ତ ହେଲେଣି ୨,୮୦୦ ଲୋକ

Ratnamani Maharana

ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

Ratnamani Maharana

ଗୁପ୍‌ଚୁପ୍‌ ପରଷିଲେ ଧୋନି

Ratnamani Maharana