News

ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

ଗ୍ରାହକମାନଙ୍କ ପାଇଁ ଖୁସି ଖବର । ମୋବାଇଲ୍‌ ନମ୍ବର ପାଇଁ ଯେଭଳି ପୋର୍ଟାବିଲିଟି ବ୍ୟବସ୍ଥା ଲାଗୁ କରାଯାଇଛି, ବିଦ୍ୟୁତ ସଂଯୋଗ ପାଇଁ ସେଭଳି ବ୍ୟବସ୍ଥା ଲାଗୁ ହେବ । ସରକାର ଆଗକୁ ଏହି ନିୟମ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ମାଧ୍ୟମରେ ଗ୍ରାହକମାନେ ନିଜର ବିଦ୍ୟୁତ ସଂଯୋଗକୁ ବଦଳାଇପାରିବେ । ଗୋଟିଏ ସ୍ଥାନରେ ଯଦି ଏକାଧିକ କଂପାନି ବିଦ୍ୟୁତ ଯୋଗାଣ କରୁଥାନ୍ତି, ତେବେ ଅସନ୍ତୁଷ୍ଟ ଗ୍ରାହକ ନିଜ କଂପାନି ଛାଡ଼ି ଅନ୍ୟ ଉପଲବ୍ଧ କଂପାନିର ବିଦ୍ୟୁତ ସଂଯୋଗ ନେଇପାରିବେ ।

କେନ୍ଦ୍ର ସରକାର ବିଦ୍ୟୁତ ନିୟମ ୨୦୦୩ରେ ସଂଶୋଧନ ଆଣିବା ଉପରେ କାମ କରୁଛନ୍ତି । ବିଦ୍ୟୁତ ଯୋଗାଣ ଏବଂ ରକ୍ଷଣାବେକ୍ଷଣ ସେବାକୁ ଅଲଗା କରିବା ଏବଂ ଗୋଟିଏ ଅଞ୍ଚଳ ପାଇଁ ଏକାଧିକ ବିଦ୍ୟୁତ ଯୋଗାଣ ଲାଇସେନ୍ସ ପ୍ରଦାନ କରିବା ପାଇଁ ସରକାର ଚାହୁଁଛନ୍ତି । ବର୍ତ୍ତମାନ ବିଦ୍ୟୁତ ଯୋଗାଣକାରୀ କଂପାନିଗୁଡ଼ିକ ଯେଉଁ ଅଞ୍ଚଳ ପାଇଁ ଲାଇସେନ୍ସ ହାସଲ କରିଛନ୍ତି ସେହି ଅଞ୍ଚଳର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉଭୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଏହି ବ୍ୟବସ୍ଥା ଫଳରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ବିଦ୍ୟୁତ ସେବା ପାଇପାରିବେ । ରାଜ୍ୟଗୁଡ଼ିକର ଚିନ୍ତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର କୌଣସି ସମୟ ସୀମା ଧାର୍ଯ୍ୟ କରାଯିବ ନାହିଁ । ଫଳରେ ରାଜ୍ୟଗୁଡ଼ିକ ନିଜକୁ ପ୍ରଥମେ ଭଲ ଭାବେ ପ୍ରସ୍ତୁତ କରିବା ପରେ ନିୟମକୁ କାର୍ଯ୍ୟକାରୀ କରିବେ । ତେବେ ତିନିରୁ ପାଞ୍ଚ ବର୍ଷ ଭିତରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କହିପାରନ୍ତି ।

ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା  ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

ପଢନ୍ତୁ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହେଟାବାଘ ଖୁଆଡ ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘର ଉଦ୍‌ଘାଟିତ 

Related posts

ଆହୁରି ତିନି ମାସର ଅପେକ୍ଷା ପରେ ନୂଆ ୨୦୦ ଟଙ୍କିଆ ନୋଟ ଏଟିଏମ ରେ ଉପଲବ୍ଧ ହେବ

Krishna Kumar Manoj

ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

Krishna Kumar Manoj

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More