News

ଏବେ ମିଳିବ ବିଦ୍ୟୁତ୍ ଚାଳିତ କାର୍ – ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା

ମିଳିବ ବିଦ୍ୟୁତ୍ ଚାଳିତ କାର୍ – ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା । କେନ୍ଦ୍ର ସରକାର କିଣିବେ ହଜାରେ ଇଲେକ୍ଟ୍ରିକ୍ କାର । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି କାର କିଣିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ବିଦ୍ୟୁତ୍ ଚାଳିତ ଗାଡ଼ିର ପ୍ରୋତ୍ସାହନ ପାଇଁ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତୈଳ ଇନ୍ଧନ ଚାଳିତ ଗାଡ଼ିର ବ୍ୟବହାରକୁ କମାଇ ବିଦ୍ୟୁତ୍ ଚାଳିତ ଗାଡ଼ି ସେଗମେଂଟକୁ ପ୍ରୋତ୍ସାହନ ଦେବାକୁ ସରକାର ଏହି ଯୋଜନା କରିଛନ୍ତି ।

ପେଟ୍ରୋଲିୟମ ପଦାର୍ଥ ଆବଶ୍ୟକ କରୁଥିବା ଶ୍ରେଷ୍ଠ ଦେଶମାନଙ୍କରେ ଭାରତର ସ୍ଥାନ ହେଉଛି ବିଶ୍ୱର ୩ୟ ରାଷ୍ଟ୍ର। ଏହାକୁ ଦୃଷ୍ଟିରେ ସରକାର ମନ୍ତ୍ରୀ ଓ ଅମଳା କର୍ମଚାରୀଙ୍କ ପାଇଁ ଇଲେକ୍ଟ୍ରି କାର ଆଣିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।

ଛଅ ମାସ ମଧ୍ୟରେ ଦିଲ୍ଲୀରେ ବ୍ୟାଟେରୀ ଚାର୍ଜ ଦ୍ୱାରା ପରିଚାଳିତ ୧୦ହଜାର ଗାଡି ପ୍ରବେଶ କରାଇବା ଲକ୍ଷ୍ୟରେ ରହିଛି ସରକାରଙ୍କ ଦ୍ୱାରା ପରିଚାଳିତ ଏନର୍ଜି ଏଫିସିଏନସି ସର୍ଭିସ ଲିମିଟେଡ୍ । ସେଥିପାଇଁ ୪ହଜାର ଚାର୍ଜିଂ ଷ୍ଟେସନର ବ୍ୟବସ୍ଥା କରିବାର ଯୋଜନାରେ ରଖିଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ସେଥିରୁ ମନ୍ତ୍ରୀମାନଙ୍କ ପାଇଁ ୧୦୦୦ଟି କାର ରହିବ ବୋଲି ଜଣାପଡ଼ିଛି ।

ଏନାର୍ଜୀ ଇଫିସିଏନ୍ସି ସର୍ଭିସ ଲିମିଟେଡ(ଇଇଏସଏଲ) ଠାରୁ ଇଲେକ୍ଟ୍ରି କାର ଆଣିବା ପାଇଁ ଆମେ ଟେଣ୍ଡର ଆବେଦନ କରିଛୁ । ପେଟ୍ରୋଲ ପମ୍ପରେ ଏଲଇଡି ବଲ ମିଳିବା କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର କେନ୍ଦ୍ର ବିଦ୍ୟୁତ, କୋଇଲା ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପୀୟୁଷ ଗୋୟଲ ବୁଧବାର ଗଣମାଧ୍ୟମକୁ କହିଛନ୍ତି ।

ଇଇଏସଏଲର ପରିଚାଳନା ନିର୍ଦ୍ଦେଶକ ସୌରଭ କୁମାର କହିଛନ୍ତି, କମ୍ପାନି ୪ଟି ଝରକା ଥିବା ୧୦୦୦ଟି ଇଲେକ୍ଟ୍ରି କାର କିଣିବ । ଏହି କାରଗୁଡ଼ିକ ଥରଟିଏ ଚାର୍ଜ କଲେ ୧୨୦ରୁ ୧୫୦ କିମି ବେଗରେ ଗତି କରିବ । ଇଲେକ୍ଟ୍ରି କାର ଯୋଗାଇବାକୁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ବୋଲି କୁମାର ସୂଚନା ଦେଇଛନ୍ତି ।

ଏବେ ମିଳିବ ବିଦ୍ୟୁତ୍ ଚାଳିତ କାର୍ - ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା  ଏବେ ମିଳିବ ବିଦ୍ୟୁତ୍ ଚାଳିତ କାର୍ – ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା

ଅଧିକ ଯାଣନ୍ତୁ ପେଟ୍ରୋଲ ପମ୍ପ ରେ ମିଳିବ ଔଷଧ

 

Related posts

ଦଳିତ ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ସମାଲୋଚନା, କହିଲେ ଆମ୍ବେଦକରଙ୍କୁ ନେଇ ରାଜନୀତି ହେବା ଅନୁଚିତ!

ENO Beuro

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More