EnewsOdia.Com

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

ଲମ୍ବା ସମୟ ଧରି ବିଜୁଳି ବିଲ ଦେଇନଥିବା ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ଯୋଜନା ଆରମ୍ଭ କରାଯାଇଛି | ଏହି ନୂଆ ଯୋଜନା ମାଧ୍ୟମରେ ବିଜୁଳି ଉପଭୋକ୍ତା କିସ୍ତି ବା ଇନଷ୍ଟାଲମେଂଟ ମାଧ୍ୟମରେ ବିଦ୍ୟୁତ ବିଲ ପୈଠ କରିପାରିବେ | ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି | ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ ସହଜ କିସ୍ତି ଯୋଜନା ନାମରେ ଏହି ସୁବିଧା ଆରମ୍ଭ କରାଯାଇଛି |

ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୩୧ ତାରିକହ ଯାଏଁ ଜାରି ରହିବ | ସହରାଞ୍ଚଳରେ ରହୁଥିବା ଉପଭୋକ୍ତା ୧୨ଟି କିସ୍ତିରେ ଓ ଗ୍ରାମୀଣ ଅଂଚଳରେ ରହୁଥିବା ଉପଭୋକ୍ତା ୨୪ଟି କିସ୍ତିରେ ବକେୟା ବିଦ୍ୟୁତ ବିଲକୁ ପୈଠ କରିପାରିବେ | ତେବେ ସହଜ କିସ୍ତି ଶୁଝିବା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି | ନ୍ୟୁନତମ କିସ୍ତି ୧୫୦୦ ଟଙ୍କାରୁ କମ ହେବନାହିଁ ବୋଲି ସର୍ତ୍ତ ରହିଛି | ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତା ଏହି କିସ୍ତି ଦେଇପାରିବେ | ଅର୍ଥାତ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ହେଉ ବା ମୋବାଇଲ ମାଧ୍ୟମରେ ୱେବସାଇଟରେ ଏହି ବକେୟା ବିଦ୍ୟୁତ ବିଲ ଦେଇପାରିବେ |

ପଢନ୍ତୁ: ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ସମ୍ବନ୍ଧିତ ଖବର

ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Ratnamani Maharana

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana