News

ରାଜ୍ୟରେ ସାଂଘାତିକ ବିଦ୍ୟୁତ ସଙ୍କଟ: ଆଗକୁ ବ୍ୟାପକ ପାୱାରକଟ୍ ଆଶଂକା

Vlcsnap 2019 08 08 20h55m27s909

ରାଜ୍ୟରେ ବିଜୁଳି ସଙ୍କଟ।  ଏନଟିପିସିରେ କୋଇଲା ସଙ୍କଟ ପରେ ରାଜ୍ୟରେ ବିଜୁଳି ସମସ୍ୟା। ଏନଟିପିସିକୁ କୋଇଲା ଯୋଗାଣ ସ୍ୱାଭାବିକ ହୋଇନାହିଁ। ଫଳରେ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ। କେବଳ କୋଇଲାରୁ ବିଜୁଳି ଉତ୍ପାଦନ ନୁହଁ, ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇନ୍ଦ୍ରାବତୀ ଅବବାହିକାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି। ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ବଦ୍ୟୁତ ଶକ୍ତି ବଳକା ରାଜ୍ୟ ବୋଲାଉଥିବା ରାଜ୍ୟସରକାର ଏବେ ସଙ୍କଟ ଟାଳିବାକୁ ବାହାର ରାଜ୍ୟ ଗ୍ରୀଡ  ଉପରେ ନିର୍ଭର କରୁଛନ୍ତି । କତେବେ​‌ଳେ ବି ଅନ୍ଧାର ଘୋଟି ଯାଇପାରେ ।

ବର୍ତମାନ ପିକ ଆଓ୍ବାରରେ ୪ହଜାର ମେଗାଓ୍ବାଓ  ଆବଶ୍ୟକ ଥିବାବେଳେ ଉତ୍ପାଦନ ମାତ୍ର ୨ହଜାର ମେଗା ଓ୍ବାଟ ହେଉଛି।ରାଜ୍ୟରେ ୨ହଜାର ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଅଭାବ ରହିଛି। ସେଥିପାଇଁ ରଜ୍ୟସରକାର ପ୍ରତିଦିନ ୧୬ କୋଟି ଟଙ୍କା ଦେଇ ରାଜ୍ୟ ବାହାର ଗ୍ରୀଡରୁ ବିଦ୍ୟୁତ କିଣି ଯୋଗାଉଛନ୍ତି।ବର୍ତ୍ତମାନ ରାଜ୍ୟ ସରକାର ସେଣ୍ଟ୍ରାଲ ଗ୍ରୀଡରୁ ୨୩ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଥିବାବେଳେ ଆଇପିପି ୩୩୯, ଓପିଜିସିରୁ ୬୫୨ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉପଲବ୍ଧ କରାଉଛନ୍ତି। ପାଓ୍ବାର ଏକ୍ସଚେଞ୍ଜ ଜରିଆରେ ୭ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଛନ୍ତି ରାଜ୍ୟ ସରକାର।

Vlcsnap 2019 08 08 20h56m19s786

ତେବେ  ଏନଟିପିସିରେ ଲାଗି ରହିଥିବା କୋଇଲା ସଙ୍କଟର ସମାଧାନ ପାଇଁ ଆହୁରି ଦୁଇ ତିନିଦିନ ଲାଗିବ। ତେଣୁ ବିଜୁଳି ଅବସ୍ଥା ସ୍ୱାଭାବିକ ହେବା ପାଇଁ ଆହୁରି ୭୨ ଘଣ୍ଟା ସମୟ ଲାଗିବ।

ପଢନ୍ତୁ: ୭୬ ଭାରତୀୟ, ୪୧ ପାକିସ୍ତାନୀଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ

Related posts

ରାଜ୍ୟର ବନ୍ୟା ପରିସ୍ଥିତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ENO Beuro

ମୋଦିଙ୍କ ସମାବେଶରେ ଭାଙ୍ଗିଲା ତମ୍ବୁ ,୪୦ ଆହତ

ENO Beuro

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

Leave a Comment