News

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଦ୍ୟୁତ୍‌ ସଂଯୋଗ ନ ଥିବା ସମସ୍ତ ଗ୍ରାମକୁ ଆସନ୍ତା ୨୦୧୮ ଜୁନ୍‌ ମାସ ସୁଦ୍ଧା  ବିଜୁଳି ସଂଯୋଗ ଦିଆଯିବ । ଆଜି ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତୀକରଣ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୪୭,୬୭୭ଟି ଗାଁ ମଧ୍ୟରୁ ୪୬,୯୨୭ଟି ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ଅବଶିଷ୍ଟ ୭୫୦ ଗାଁକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଏନ୍‌ଟିପିସି, ପିଜିସିଆଇଏଲ୍‌, ଓପିଟିସିଏଲ୍‌, ଓରେଡା ଆଦି ସଂସ୍ଥାଗୁଡ଼ିକ ନିୟୋଜିତ ହୋଇଛନ୍ତିି।

ସେହିପରି ଆଂଶିକ ଭାବେ ବିଦ୍ୟୁତ୍‌ ସଂଯୋଗ ଥିବା ୨୮୧୬୫ଟି ଗାଁ ମଧ୍ୟରୁ ୭୮୫୬ ବସତିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଅବଶିଷ୍ଟ ୨୦୩୦୯ଟି ଗାଁକୁ ୨୦୧୮ ଜୁନ୍‌ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ସଂପୂର୍ଣ୍ଣ ରୂପେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଉନ୍ନୟନ କମିସନର ଆର. ବାଲକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଗାମୀ ଓଡିଆ ସିନେମା ଅଜାତଶତ୍ରୁର ଟିଜର ଭିଡିଓ ଦେଖନ୍ତୁ

Related posts

ଆମ୍ବୁଲାନ୍ସ ଡୋର ନ ଖୋଲିବାରୁ ଶିଶୁର ମୃତ୍ୟୁ

Krishna Kumar Manoj

ଶୀତରେ ଥରୁଛି ସାରା ଓଡ଼ିଶା

Krishna Kumar Manoj

Two Train Pilots Were Honoured By East Coast Railway, For Averting A Possible Train Mishap

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More