EnewsOdia.Com

ହାତୀ ଆଙ୍କୁଛି ହାତୀର ଚିତ୍ର

ଚିତ୍ର ଆଙ୍କିବା ଏକ ସ୍ୱତନ୍ତ୍ର କଳା। କୌଣସି ସାଧାରଣ ବ୍ୟକ୍ତି ଏଭଳି କଳାକୁ ଆୟତ୍ତ କରିବା ଅସମ୍ଭବ କହିଳେ ଚଳେ। କୌଣସି ମନୁଷ୍ୟ ପକ୍ଷେ ଚିତ୍ରାଙ୍କନ କରିବା କଷ୍ଟକର ହୋଇଥିବା ବେଳେ ଏକ ଜୀବ କିନ୍ତୁ ଖୁବ୍‌ ସହଜରେ ଚିତ୍ର ଆଙ୍କିପାରୁଛି। ବିଶ୍ୱାସ ହେଉନଥିଲେ ବି ଏହା ସତ।

ଏକ ହାତୀ ନିଜ ଶୁଣ୍ଢରେ ଚିତ୍ର ଆଙ୍କୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ଏବେ ବି ହାତୀର ଚିତ୍ର ଆଙ୍କିବା କଳାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

 

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ହାତୀ ଶୁଣ୍ଢରେ ତୁଳୀ ଧରି କାନ୍‌ଭାସ୍‌ରେ ପେଣ୍ଟିଂ କରୁଛି। ହାତୀଟି ଆଉ କାହାର ନୁହେଁ ବରଂ ନିଜର ହିଁ ଏକ ଚିତ୍ର ଆଙ୍କୁଛି। ହାତୀଟି ଖୁବ୍‌ ସୁନ୍ଦର ଭାବେ ଏକ ହାତୀର ଚିତ୍ର ଆଙ୍କୁଛି। ଜୀବ ହୋଇଥିଲେ ମଧ୍ୟ ହାତୀ ଯେଉଁ ଭଳି ଏକାଗ୍ରତାର ସହ ପେଣ୍ଟିଂ କରୁଛି ତାହା ଦେଖିଲେ ଯେ କେହି ବି ସ୍ତମ୍ଭୀଭୂତ ହେବା ସ୍ୱାଭାବିକ।

Image result for elephant painting his picture

ଏହି ଭିଡିଓଟି ଥାଇଲାଣ୍ଡର ଚିଆଙ୍ଗ୍‌ ମାଇର ମାଇଟାଇଙ୍ଗ୍‌ ଏଲିଫ୍ୟାଣ୍ଟ କ୍ୟାମ୍ପର ବୋଲି ଜଣାଯାଇଛି। ଏହି ଭିଡିଓରେ ପେଣ୍ଟିଂ କରୁଥିବା ହାତୀର ନାଁ ସୁଦା ଓ ସେ ଚିତ୍ର କରିବାକୁ ଭଲ ପାଏ ବୋଲି ଭିଡିଓ ସେୟାର କରିଥିବା ବ୍ୟକ୍ତି ସୂଚନା ଦେଇଛନ୍ତି।

ପଢନ୍ତୁ:  ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟ ଦୋଷୀଙ୍କ ଗଳାବାଟ

ସମ୍ବନ୍ଧିତ ଖବର

ଆମେରିକା ପର୍ବତ ଶୃଙ୍ଗରୁ ୫୦୦ ଫୁଟ୍‌ ତଳକୁ ପଡ଼ି ମଧ୍ୟ ବଞ୍ଚିଗଲେ ଭାରତୀୟ ବଂଶୋଦ୍ଭବ

Ratnamani Maharana

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ନିମିଷକେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍‌

Ratnamani Maharana

ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

Ratnamani Maharana

ଏଣିକି ସ୍ମାର୍ଟ ଫୋନ ବ୍ୟବହାର କରିପାରିବେ ନାହିଁ ଭାରତୀୟ ନୌସେନା ଯବାନ୍‌

Ratnamani Maharana

ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

Ratnamani Maharana