News

ମହାନଦୀରେ ଭାସିଗଲେ ହାତୀ ପଲ

ମହାନଦୀରେ ଭାସିଯାଇଛନ୍ତି ହାତୀପଲ। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି।

ହାତୀପଲରେ ୧୫ରୁ ୨୦ଟି ହାତୀ ଅଛନ୍ତି । ଭାସିଯାଇଥିବା ହାତୀପଲ ମଧ୍ୟରୁ ୭ଟି ଡମପଡ଼ା ଆଡକୁ ଆସିଥିବା ବେଳେ ଅନ୍ୟ ୬ଟି ମୁଣ୍ଡିଳି ବ୍ୟାରେଜ୍ ଗେଟ୍ ଦେଇ ମହାନଦୀକୁ ଯାଇ ନରାଜ ନିକଟ ବାଲିବନ୍ଧରେ କୂଳକୁ ଆସିଥିବା କୁହାଯାଉଛି।

elephant

ଆଠଗଡ଼ ରେଞ୍ଜର କହିଛନ୍ତି ଯେ ୭ଟି ହାତୀପଲ୍ଲ ଡମପଡ଼ାରେ ପହଞ୍ଚିଛନ୍ତି। ଅନ୍ୟ ୫ଟି ନରାଜ ବିଲିବନ୍ଦ ଦେଇ ସିଡିଏ ପଟକୁ ଉଡିଥିବା କବର ମିଳିଛି। ଗୋଟିଏ ହାତୀ ଛୁଆ ମହାନଦୀରୁ ଫେରି ଆସି ଅନନ୍ତପୁର ଆଡକୁ ଚାଲିିଯାଇଛି।ତେବେ ପ୍ରବଳ କୁହୁଡ଼ି ଯୋଗୁଁ ହାତୀ ପଲ୍ଲଙ୍କ ଗତବିଧି ଟ୍ରାକିଂ ହୋଇ ପାରୁ ନ ଥିବା ଜଣାଯାଇଛି।

ପଢନ୍ତୁ;ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି

Related posts

ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

ENO Beuro

ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ

ENO Beuro

କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More