News

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

ରାଜଧାନରେ ଆଜି ସକାଳୁ ଦନ୍ତାର ଦୌରାତ୍ମ୍ୟ ଦେଖିବାକୁ ମିଳିଛି।ଘାଟିକିଆସ୍ଥିତ ଓୟୁଏଟି ଫାର୍ମ ହାଉସରେ ଦନ୍ତାହାତୀ ପ୍ରବେଶ କରି ଉତ୍ପାତ କରିଛି। ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ଭରତପୁର ଜଙ୍ଗଲରୁ ଦନ୍ତା ପ୍ରବେଶ କରିଥିବା ବନବିଭାଗର କର୍ମଚାରୀମାନେ ଅନୁମାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ଦନ୍ତା ଏହି ଅଞ୍ଚଳରେ ଦୌରାତ୍ମ୍ୟ ଦେଖାଉଛି। ଏକ ଲୁହା ଗେଟକୁ ଦଳି ଦେଇଛି। ହାତୀକୁ ଘଉଡ଼ାଇବାଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲେ ବି କୌଣସି ସୁଫଳ ମିଳୁନାହିଁ। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଛନ୍ତି।

ରାଜ୍ୟରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି।

ହାତୀପଲ କେତେବେଳେ ଫଲସ ଉଜାଡ଼ିଲେଣି ତ ଆଉ କେଉଁଠି ଘରଦ୍ୱାରା ଭାଙ୍ଗିଲେଣି । ରାଜ୍ୟର ବିଭିନ୍ନ ଅଂଚଳରେ ଚାଲିଛି ହାତୀଙ୍କ ଆତଙ୍କରାଜ । କେନ୍ଦୁଝରର ଚମ୍ପୁଆ ଅଂଚଳ, ଆଠଗଡ଼ ଓ ଅନୁଗୋଳରେ ପ୍ରାୟ ସମୟରେ ହାତୀଙ୍କ ଉପଦ୍ରବ ଦେଖିବା ପାଇଁ ମିଳୁଛି । ତେବେ ହାତୀପଲଙ୍କ ଆକ୍ରମଣରେ ଅନେକ ମୃତାହତ ମଧ୍ୟ ହେଉଛନ୍ତି । କେବଳ ଯେ ଜଙ୍ଗଲ ଅଂଚଳ ତା’ନୁହେଁ ଏବେ ରାଜଧାନୀରେ ମଧ୍ୟ ଦନ୍ତା ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ।

ଦନ୍ତାହାତୀକୁ  ଘଉଡାଇବାକୁ ବନବିଭାଗର ୧୦ରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।ଗତକାଲି କଳିଙ୍ଗନଗର ଭିସା ଷ୍ଟିଲପ୍ଲାଂଟରେ ଏକ ଭାଲୁ ପଶିଆସିଥିବାବେଳେ ଜଙ୍ଗଲରେ ଖାଦ୍ୟ ନ ପାଇ ଜନବସତି ଆଡକୁ ବନ୍ୟଜନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ପଶି ଆସୁଥିବା ଅନୁମାନ କରାଯାଉଛି।

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ elephant

ପଢନ୍ତୁ;

ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

 

Related posts

‘ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ, ବାର୍ଜ ବର୍ଥ କମ୍ପ୍ଲେକ୍ସ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

୯୦ ଲକ୍ଷ ଟଙ୍କା ଚୋରି କରି ଧରା ପଡିଲେ ନୋଟ୍‌ ଛାପାଖାନାର ବରିଷ୍ଠ ଅଧିକାରୀ

ENO Beuro

ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More