Loading...

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି।

ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି’ ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥାରେ ବିଏମ୍‍ସି ପାର୍କିଂସ୍ଥଳୀରେ ରସିଦ୍‍ ବହି ବଦଳରେ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ କରାଯିବ। ଏହାଦ୍ୱାରା ସହରରେ ଚାଲିଥିବା ବେଆଇନ୍‍ ପାର୍କିଂ ଫି’ ଆଦାୟରେ ରୋକ୍‍ ଲାଗିବ ବୋଲି ବିଏମ୍‍ସି ଆଶା ରଖିଛି। 

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି। ଯାହାଫଳରେ ଲୋକମାନେ ଠକାମୀର ଶିକାର ହେଉଛନ୍ତି। ସହରରେ ବର୍ତ୍ତମାନ ଦୁଇ ଚକିଆ ଯାନ ରହଣିର ପ୍ରଥମ ଦୁଇ ଘଣ୍ଟା ପାଇଁ ୫ ଟଙ୍କା ରହିଥିବାବେଳେ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଦର ରହିଛି। ହେଲେ ଦୁଇ ଚକିଆ ଯାନ ପାଇଁ ଅନେକ ସ୍ଥାନରେ ୫ ଟଙ୍କା ବଦଳରେ ଜୋର୍‍ଜବରଦସ୍ତ ୨୦ ଟଙ୍କା ଆଦାୟ କରାଯାଉଛି। ଏହାସହିତ ବିଏମ୍‍ସିର ରହିଥିବା ପାର୍କିଂସ୍ଥଳୀ ବ୍ୟତୀତ ଅନ୍ୟ ସ୍ଥାନକୁ ବିଏମ୍‍ସି ପାର୍କିଂସ୍ଥଳୀ ଦର୍ଶାଇ ମଧ୍ୟ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଏହି ସବୁ ବ୍ୟବସ୍ଥାରେ ରୋକ୍‍ ଲଗାଇବା ପାଇଁ ବିଏମ୍‍ସି ଏବେ ଅଣ୍ଟା ଭିଡ଼ିଛି। ଇ-ଟିକେଟିଂ ବ୍ୟବସ୍ଥା ଲାଗୁ କରି ସବୁ ଟେଣ୍ଡରଧାରୀଙ୍କୁ ବଏମ୍‍ସି ଦେବ ବୋଲି ଜଣାପଡ଼ିଛି। ଏହି ମେସିନ୍‍ ପାଇବା ପରେ ଆଉ ସାଧାରଣ ରସିଦ୍‍ ନ ଦେଇ କେବଳ ମେସିନ୍‍ରୁ ହିଁ ପାର୍କିଂ ଟିକଟ୍‍ ଦିଆଯିବ ଓ ନିର୍ଦ୍ଦିଷ୍ଟ ଅର୍ଥ ନିଆଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ବେଆଇନ୍‍ ଭାବେ ଯେଉଁ ସ୍ଥାନରେ ପାର୍କିଂ ଫି’ ଆଦାୟ ହେଉଛି, ତାହା ବନ୍ଦ ହେବ। ବର୍ତ୍ତମାନ ସ୍ମାର୍ଟ ଜନପଥରେ ଏହି ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହୋଇଛି। ଏଠାରେ କେବଳ ପିଓଏସ୍‍ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ ହେଉଛି। ଏହା ସତ୍ତ୍ବେ କେତେକ ସ୍ଥାନରେ ବେଆଇନ୍‍ ଭାବେ ଜାଲ୍‍ ରସିଦ୍‍ରେ ଫି’ ଆଦାୟ ହେଉଥିବା ଅଭିଯୋଗ ହୋଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.