Celebs News

ଓଲିଉଡର ଜଣାଶୁଣା ଏଲିନା ସାମନ୍ତରାୟ ଓ ସବ୍ୟସାଚୀ ମିଶ୍ର ଏବେ ଏକାଠି

ରିଆଲିଟି ସୋ’ “କିଏ ହେବ ମୋ ହିରୋଇନ” ଜରିଆରେ ଓଡିଆ ସିନେମାରେ ପ୍ରବେଶ କରିଥିବା ନାୟିକା ଜଣକ ହେଲେ ଏଲିନା ସାମନ୍ତରାୟ  । ଆଜିପର୍ଯ୍ୟନ୍ତ ବହୁ ସିନେମାରେ ଅଭିନୟ କରିସାରିଥିଲେ ମଧ୍ୟ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ସହିତ ଗୋଟିଏ ବି ସିନେମାରେ ଏଯାବତ୍‌ ଏଲିନାଙ୍କୁ ଦେଖିବାକୁ ମିଳିନାହିଁ । କିନ୍ତୁ ଏଲିନା ଓ ସବ୍ୟସାଚୀ ଏବେ ଏକାଠି ଆସୁଛନ୍ତି । ହେଲେ ଏଲିନାଙ୍କୁ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହେବାର ଏହି ସୁଯୋଗ ମିଳିନାହିଁ । ସେ ଏକ ବିଜ୍ଞାପନରେ ସବ୍ୟସାଚୀଙ୍କ ସହିତ ନଜର ଆସୁଛନ୍ତି । ଏହି ବିଜ୍ଞାପନଟି ଏକ ସିମେଣ୍ଟ କମ୍ପାନିର । ଏଥିରେ ସବ୍ୟସାଚୀଙ୍କୁ ଜଣେ ସୁପରହିରୋ ଭାବେ ଦେଖିବାକୁ ମିଳିଛି ।

ଇସ୍କ ତୁ ହି ତୁ ସିନେମାରେ ପ୍ରଥମେ ଅରିନ୍ଦମ ରାୟ ଙ୍କ ବିପକ୍ଷରେ ଦେଖାଦେଇଥିବା ଏଲିନା ଇତିମଧ୍ୟରେ ବହୁ ସିନେମାରେ ଅଭିନୟ କରିସାରିଲେଣି ଓ ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କ ନିକଟରେ ଅତି ପ୍ରିୟ ହେଇପାରିଛନ୍ତି । ଏହାସହ ତାଙ୍କୁ ଓଲିଉଡର ବହୁ ଲୋକପ୍ରିୟ ନାୟକଙ୍କ ସହିତ ମଧ୍ୟ କାମ କରିବାର ସୁଯୋଗ ମିଳିଛି ।

‘ଇସ୍କ୍‌ ତୁ ହି ତୁ’ ପରେ ଜଣାଶୁଣା ନାୟକ ଅରିନ୍ଦମଙ୍କ ସହିତ ଏଲିନାଙ୍କୁ ଏଯାବତ୍‌ ଅନ୍ୟ କୌଣସି ଛବିରେ ଦେଖିବାକୁ ମିଳିନାହିଁ । କିନ୍ତୁ ସେ ଅନ୍ୟ ଲୋକପ୍ରିୟ ନାୟକ ଯଥା ବାବୁସାନ୍‌ ଓ ଅନୁଭବଙ୍କ ନାୟିକା ହେବାର ସୁଯୋଗ ପାଇଛନ୍ତି । ବାବୁସାନ୍‌ଙ୍କ ବିପକ୍ଷରେ ସୁପରହିଟ୍‌ ସିନେମା ‘ଲଭ୍‌ ଷ୍ଟେସନ୍‌’ରେ ନଜର ଆସିଥିଲେ ଏଲିନା । ଅପରପକ୍ଷରେ ଅନୁଭବଙ୍କ ବିପକ୍ଷରେ ସେ ‘ଅଭୟ- ଏ କମନ୍‌ମ୍ୟାନ’ ଏବଂ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ରେ ନାୟିକା ସାଜି ପରଦାକୁ ଆସିଛନ୍ତି । ତେଣୁ ସବ୍ୟସାଚୀଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବଡ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ।

ଓଲିଉଡର ଜଣାଶୁଣା ଏଲିନା ସାମନ୍ତରାୟ ଓ ସବ୍ୟସାଚୀ ମିଶ୍ର ଏବେ ଏକାଠି

Related posts

ଧମକ ଦେଲେ ରାଜପୁତ ନେତା ,ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାରେ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ବସ୍ୟ ଙ୍କ ତେଲୁଗୁ ସିନେମା ଦୁନିଆଁ ପ୍ରତି ମୋହ

ENO Beuro

Odia Boy Sisir Kumar Sahu In Bollywood

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More