Loading...

ଦେବାଳିଆ ହେବେ ଏଲନ, ଟ୍ବିଟରରୁ ଛଟେଇ ପରେ ହାତ ଛାଡୁଛନ୍ତି ବରିଷ୍ଠ କର୍ମଚାରୀ

ଦେବାଳିଆ ହେବେ ଏଲନ, ଟ୍ବିଟରରୁ ଛଟେଇ ପରେ ହାତ ଛାଡୁଛନ୍ତି ବରିଷ୍ଠ କର୍ମଚାରୀ

ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ହରାଇବା ପରେ ମାଇକ୍ରୋବ୍ଲଗିିଂ ସାଇଟ୍‌ ଟ୍ବିଟର୍‌ ଦେବାଳିଆ ହେବାର ସମ୍ଭାବନା ରହିଛି। ଟ୍ବିଟର୍‌ର ନୂଆ ମାଲିକ ବା ଗତ କିଛି ଦିନ ହେବ ଟ୍ରେଣ୍ଡ୍‌ରେ ରହିଥିବା ଏଲନ ମସ୍କ ୪୪ ବିଲିୟନ୍‌ ଡଲାରରେ ଟ୍ବିଟର୍‌କୁ କିଣିବାର ୨ ସପ୍ତାହ ବି ହୋଇନାହିଁ ଯେ ଗୁରୁବାର ଏନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି।

ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ହରାଇବା ପରେ ମାଇକ୍ରୋବ୍ଲଗିିଂ ସାଇଟ୍‌ ଟ୍ବିଟର୍‌ ଦେବାଳିଆ ହେବାର ସମ୍ଭାବନା ରହିଛି। ଟ୍ବିଟର୍‌ର ନୂଆ ମାଲିକ ବା ଗତ କିଛି ଦିନ ହେବ ଟ୍ରେଣ୍ଡ୍‌ରେ ରହିଥିବା ଏଲନ ମସ୍କ ୪୪ ବିଲିୟନ୍‌ ଡଲାରରେ ଟ୍ବିଟର୍‌କୁ କିଣିବାର ୨ ସପ୍ତାହ ବି ହୋଇନାହିଁ ଯେ ଗୁରୁବାର ଏନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ମସ୍କ ତାଙ୍କର କର୍ମଚାରୀମାନଙ୍କୁ କହିଛନ୍ତି ଯେ  ସେ କମ୍ପାନି ଦେବାଳିଆ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା। ଏକ ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମସ୍କଙ୍କ ସହ ଟ୍ବିଟର୍‌ର ସ୍ପେସ୍‌ ଚାଟକୁ ପରିଚାଳନା କରୁଥିବା ଦୁଇ ବରିଷ୍ଠ ଅଧିକାରୀ ୟୋୟେନ୍‌ ରୋଥ୍‌ ଏବଂ ରବିନ ହୁଇଲର୍‌ ଇସ୍ତଫା ଦେଇଛନ୍ତି। ତେବେ ଏହି ଦୁଇ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ମନ୍ତବ୍ୟ ଦେଇନାହାନ୍ତି ଏ ସଂପର୍କରେ।

ସେହିପରି ଗୁୁରୁବାର ଦିନ ଟ୍ବିଟର୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ବା ଚିଫ୍‌ ସିକ୍ୟୁରିଟି ଅଫିସର୍‌ ଲି କିସ୍‌ନର ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଇସ୍ତଫା ଦେବା କଥା ଘୋଷଣା କରିଥି‌ଲେ। ଏହାଛଡ଼ା ଚିଫ୍‌ ପ୍ରାଇଭେସି ଅଫିସର୍‌ ଡାମିଏନ୍‌ କିଏରନ୍‌, ଚିଫ୍‌ କମ୍ପେ୍ଲନସ ଅଫିସର୍‌ ମାରିଆନେ ଫୋଗର୍ଟି ବି ଇସ୍ତଫା ଦେଇ ସାରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.