News

ଅଗଷ୍ଟ ୧୫ରେ ଶୁଭାରମ୍ଭ ହେଲା ଇଏମଇ ସାଇକ୍ଲିଂ ଅଭିଯାନ

ଭାରତୀୟ ସେନାର ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଂଜିନିୟରିଂ କୋର ଏହାର ପ୍ଲାଟିନମ ଜୁବଲୀ ଅବସରରେ ସାଇକ୍ଲିଂ ଅଭିଯାନ ଆରମ୍ଭ କରିଛି ।୨୦୧୮ ଅଗଷ୍ଟ ୧୫ ସ୍ୱତନ୍ତ୍ରତା ଦିବସ ଅବସରରେ ଏମସିଇଏମଇ ସିକନ୍ଦରାବାଦରୁ ଦଳକୁ ସବୁଜ ପତାକା ଦେଖାଇ ପଠାଇଥିଲେ । ଏହି ଦଳ ୧୨୦ଦିନରେ ୨୫୦୦୦ କିଲୋମିଟରର ଦୂରତା ଅତିକ୍ରମ କରି ସମସ୍ତ ରାଜ୍ୟ ଦେଇ ଗସ୍ତ କରିବେ । ଏହି ଅଭିଯାନ 3ଟି ସୋପାନରେ ପୂରଣ ହେବ । ପ୍ରଥମ ଚରଣରେ ଏହି ଦଳ ସିକନ୍ଦରାବାଦରୁ ଲେହ ଏବଂ ଲେହରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯିବ । ଦ୍ୱିତୀୟ ସୋପାନରେ କନ୍ୟାକୁମାରୀରୁ ତେଜୁ ଏବଂ ପୁଣି ତେଜୁରୁ କୋଟେଶ୍ୱର ଯିବ ଏବଂ ତୃତୀୟ ସୋପାନରେ ଏହି ଦଳ କୋଟେଶ୍ୱରରୁ ଦିଲ୍ଲୀ ଆସିବ ଏବଂ ଏହିପରି ସ୍ୱର୍ଣ୍ଣିମ ଚତୁର୍ଭୁଜର ଯାତ୍ରା ପୂରଣ ହେବ।

eme ଅଭିଯାନ ଅଗଷ୍ଟ ୧୫ରେ ଶୁଭାରମ୍ଭ ହେଲା ଇଏମଇ ସାଇକ୍ଲିଂ ଅଭିଯାନ eme

ଏହି ଦଳ ଏକ ଦେଶରେ ସବୁଠାରୁ ଦୀର୍ଘ ଦୂରତାର ସାଇକ୍ଲିଂ ଏବଂ ସବୁଠାରୁ ଦ୍ରୂତ ଗତିରେ ସ୍ୱର୍ଣ୍ଣ ଚତୁର୍ଭୁଜ ମାର୍ଗରେ ସାଇକ୍ଲିଂ ପାଇଁ ଗୀନିଜ ବୁକ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବ । ଏଥିସହିତ ଏହି ଦଳ ସବୁଠାରୁ ଦ୍ରୂତ ଉତ୍ତର-ଦକ୍ଷିଣ ସାଇକ୍ଲିଂ ଏବଂ ସବୁଠାରୁ ଦ୍ରୂତ ପୂର୍ବ-ପଶ୍ଚିମ ସାଇକ୍ଲିଂ ପାଇଁ ମଧ୍ୟ ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇବା ପାଇଁ ପ୍ରୟାସ କରିବ।

ପଢନ୍ତୁ;ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ଜିଏସଟି ଦେଲା ନୂଆ ଉପହାର ,ଘର ଦାମ ହେଲା ଶସ୍ତା

ENO Beuro

ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ENO Beuro

ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ମନୋହର ପାରିକର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More