Movie News

“ଏମିତି ବି ହେଇପାରେ” ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ସରିଛି

"ଏମିତି ବି ହେଇପାରେ" ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ସରିଛି

“ଏମିତି ବି ହେଇପାରେ” ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ଭୁବନେଶ୍ବର ସ୍ଥିତ ସନଗ୍ରୀନ ହୋଟେଲରେ ସରିଛି । ଛବି ଟି ମୁକ୍ତି ପ୍ରତୀକ୍ଷାରେ ଅଛି ଓ ଆଗାମୀ ମାସ ୮ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଚିତ୍ରନାଟ୍ୟ ଓ ନିର୍ଦେଶନା ରେ ରାଜୀବ ମହାନ୍ତି ଥିଲାବେଳେ, ରବି ନାରାୟଣ ଦାସ ଏହି ଛବିର ପ୍ରଯୋଜନା ଦାଇତ୍ଵରେ ଅଛନ୍ତି ।

ଶଶିକାନ୍ତ ଓ ରୂପାଲୀ ଏଥିରେ ମୁଖ୍ୟ ଚରିତ୍ର ରେ ନଜର ଆସିବେ ।

କାହାଣୀ ସଂକ୍ଷେପରେ :

ଶଙ୍କର ଏକ ଶାନ୍ତ, ସରଳ ଓ ପରିଶ୍ରମୀ ଯୁବକ । ସମସ୍ତଙ୍କୁ ସାହାଜ୍ୟ କରିବା ତାର ଭଲ ଗୁଣ । ଦିନେ ପୋଖରୀରୁ ଫୁଲ ତୋଳି ଗଲାବେଳେ ଗାଁ ର ଜମିଦାର ବିନାୟକ ବାବୁ ଙ୍କ ଝିଅ ଈଶିତା ସହ ତାର ଭେଟ ହୁଏ ଏବୋଂ ମନେ ମନେ ତାକୁ ଭଲପାଇ ବସେ । ଏକଥା ସେ କେବଳ ତା ସାଙ୍ଗମାନଙ୍କୁ କୁହେ ।

ଶଙ୍କର ଈଶିତା କୁ ନିଜର କରିବା ପାଇଁ ପାଗଳ ହେଇଉଠେ । ତା ପଛେ ପଛେ ସବୁବେଳେ ବୁଲେ । ଈଶିତା ମଧ୍ୟ ଶଙ୍କର କୁ ଦେଖି ହସିଦିଏ । ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢିଉଠେ ।

ଦୁହେଁ କାହାକୁ ନଜଣାଇ ଘରୁ ଚାଲିଯାନ୍ତି । ବିନୟକ ବାବୁ ଓ ତାଙ୍କ ଲୋକମାନେ ତାଙ୍କୁ ଅନେକ ଖୋଜନ୍ତି । ଶଙ୍କରର ପରିବାର ତଥା ସାଙ୍ଗମାନଙ୍କୁ  ନିର୍ଯ୍ୟାତନା ଦିଅନ୍ତି ।

ଶେଷରେ ସେମାନଙ୍କ ଖବର ମିଳେ ଓ ସେମାନଙ୍କୁ ଗାଁକୁ ଆଣନ୍ତି । ଶଙ୍କର କୁ ନିର୍ଯ୍ୟାତନା ଦିଅନ୍ତି ଏବୋଂ ଦୁହିଙ୍କୁ ଅଲଗା କରିଦିଅନ୍ତି । ଦୁହେଁ ଦୁଖରେ ଭାଙ୍ଗି ପଡନ୍ତି ।

ଈଶିତା ର ବାହାଘର ଠିକ ହୁଏ କିନ୍ତୁ ସେ ତାକୁ ଭାଙ୍ଗିଦିଏ । ଶଙ୍କର ମଧ୍ୟ ପାଗଳ ଙ୍କ ପରି ମଦ ପିଏ । ଦିନେ ବିନାୟକ ବାବୁ ଓ ତାଙ୍କ ପରିବାର ଲୋକ ଜାଣନ୍ତି ଈଶିତା ମା’ ହେବାକୁ ଯାଉଛି । ସେମାନେ ଈଶିତା କୁ ଘରୁ ବାହାର କରିଦିଅନ୍ତି ।

ଶଙ୍କର ସବୁ ଚିନ୍ତା କରି ବିଷ ପିଇଦିଏ । ଈଶିତା ଶଙ୍କର କୁ ଖୋଜି ଖୋଜି ଆସି ଦେଖେ ତ ଶଙ୍କର ମରିଯାଇଛି । ଶଙ୍କର ର ସାଙ୍ଗମାନେ ମଧ୍ୟ ଈଶିତା କୁ ମାରି ଦିଅନ୍ତି । ଈଶିତାର ଭାଇମାନେ ଆସନ୍ତି । ଶେଷରେ ଦେଖାଯାଏ ସମସ୍ତେ ମାରି ପଡିଛନ୍ତି ।

ଏମିତି ବି ହେଇପାରେ :

ବ୍ୟାନର – ବକ୍ରତୁଣ୍ଡ କ୍ରୀଏସନ୍ସ ନିବେଦିତ

କାହାଣୀ – ଚିନ୍ମଯୀ ମହାନ୍ତି

ପ୍ରଯୋଜନା – ରବି ନାରାୟଣ ଦାସ

ଚିତ୍ରନାଟ୍ୟ ଓ ନିର୍ଦେଶନା – ରାଜୀବ ମହାନ୍ତି

ସମ୍ପାଦନା – ରଞ୍ଜନ ଖଟେଇ

ସଂଗୀତ – ଶ୍ରୀ ବୈଦ୍ୟନାଥ ଦାସ

ସଂଳାପ – ଶୁଭଜିତ ଆନନ୍ଦ

କ୍ୟାମେରା – ପ୍ରଦୀପ ସାହୁ

ନୃତ୍ୟ – ସୁଧାକର ବସନ୍ତ

ଗୀତିକାର – ବାପୁ ଗୋସ୍ଵାମୀ, ପଂଚାନନ ନାୟକ, ଅରୁଣ ମନ୍ତ୍ରୀ

କଣ୍ଠଶିଳ୍ପୀ – ହ୍ୟୁମାନ ସାଗର, ତାରିକ ଅଜିଜ, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଲି ଦାସ, ଅସୀମା ପଣ୍ଡା, ଅରପିତା ଚୌଧୁରୀ, ଜାଗୃତି ମିଶ୍ର

ଅଭିନୟରେ – ଶଶିକାନ୍ତ, ରୂପାଲୀ, ପଦ୍ମଲୋକ, ସୁଲୋଚନା ଭୂୟାଁ, ସଂଗ୍ରାମ ବିଶ୍ଵାଳ, ହରିହର ସ୍ଵାଇଁ, ସୁମନ, ଦୀପକ, ପ୍ରହଲାଦ ପାତ୍ର, ଜାନିବାବୁ, ସୁଇଟ ରୋଜି, ଦିଲୀପ ପଣ୍ଡା, ନିହାରିକା, ସଞ୍ଜୟ ମହାନ୍ତି, ପ୍ରତାପ ସାହୁ, ସନ୍ଧ୍ୟା ଶତପଥୀ, ସଂଗୀତା, ମାତନି ବରାଳ, ହୃଦୟ ପଟ୍ଟନାୟକ, ପ୍ରିୟଦର୍ଶିନୀ ।

"ଏମିତି ବି ହେଇପାରେ" ଆଗାମୀ ଓଡିଆ ସିନେମାର ଅଡିଓ ରିଲିଜ ସମାରୋହ ସରିଛି

 

ତୋ ପ୍ରେମରେ ପଡିଲା ପରେ ଅଡିଓ ରିଲିଜ

Related posts

“Premara Nisha Niara Niara” Odia Movie Going To Release On 9th December

Jitendra

Odia Movie Samaya bada balaban

Jitendra

Dipika Is Very Excited For Her Upcoming Movie

Jitendra

1 comment

Leave a Comment