ବଲିଉଡରେ କିସିଂ ହିରୋ ଭାବେ ନାଁ କରିଥିଲେ ଇମ୍ରାନ ହାସମୀ। ଇମ୍ରାନ ଆଜି ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଇମ୍ରାନ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ନିଜ କ୍ୟାରିଅର ମଧ୍ୟରେ ବିଭିନ୍ନ ପ୍ରକାର ଚରିତ୍ରରେ ନଜର ଆସିଛନ୍ତି।
ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ଅପକମିଂ ଫିଲ୍ମ ଟାଇଗର ୩’ର ରିଲିଜକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମଟି ଆସନ୍ତାବର୍ଷ ରିଲିଜ ହେବ। ଆଉ ଖାସ୍ କଥା ହେଲା ଏଥିରେ ଇମ୍ରାନ ହାସମୀ ଖଳନାୟକ ଭୂମିକାରେ ନଜର ଆସିବେ। ଏଥିରେ ଇମ୍ରାନ ଏବଂ ସଲମାନଙ୍କ ଟକ୍କର ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି।
ଏହାସହିତ ଇମ୍ରାନ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ସେଲଫି’ ମଧ୍ୟ ନଜର ଆସିବେ। ଇମ୍ରାନ ଏବଂ ଅକ୍ଷୟଙ୍କ ବ୍ୟତୀତ ଏହି ଫିଲ୍ମରେ ଡାଏନା ପେଣ୍ଟି ଏବଂ ନୁସରତ ଭାରୁଚା ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମ ମଲୟାଲମର ହିନ୍ଦୀ ରିମେକ। ଏହାଛଡା ଇମ୍ରାନଙ୍କ ଅପକମିଂ ଫିଲ୍ମ ମଧ୍ୟରେ ରହିଛି ଫାଦର୍ସ ଡେ, ଯାହା ସତ ଘଟଣା ଉପରେ ଆଧାରିତ। ଫିଲ୍ମକୁ ସାନ୍ତନୁ ବାଗଚୀ ନିର୍ଦ୍ଦେଶନା ଦେଉଛନ୍ତି। ସେହିପରି ଆଉ ଏକ କମେଡି ଫିଲ୍ମ ସବ ଫାଷ୍ଟ କ୍ଲାସ ଫିଲ୍ମରେ ନଜର ଆସିବେ ଇମ୍ରାନ।