ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ

ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ

ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ । ପୌରସଂସ୍ଥାର ୧୧ ନମ୍ବର ୱାର୍ଡ଼ର ହୋଟେଲ ସୋନା ଇଂଟରନ୍ୟାସନାଲ ଓ ତାର ଆଖାପାଖ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ । ପୌରସଂସ୍ଥାର ୧୧ ନମ୍ବର ୱାର୍ଡ଼ର ହୋଟେଲ ସୋନା ଇଂଟରନ୍ୟାସନାଲ ଓ ତାର ଆଖାପାଖ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ରବିବାର ଦିନ ୩ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୩ ତାରିଖ ସକାଳ ୭ଟାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳବତର ରହିବ । ଏହି ଅଂଚଳର ଲୋକମାନେ ବାହାରକୁ ବୁଲାବୁଲି କରିବାକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟବଶ୍ୟକୀୟ ସାମଗ୍ରୀ ବିଭିନ୍ନ ଟିମ୍ ଜରିଆରେ ପଠାଇବାକୁ ପୁରୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.