ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ ସେ ହେଉଥିଲେ ଉବୁଟୁବୁ। ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ସେହିପରି ଇମ୍ରାନ୍‌ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ।

୭୦ ଓ ୮୦ ଦଶକର ବଲିଉଡ କୁଇନ୍‌ ରେଖା। ତାଙ୍କ ପ୍ରମେରେ ଅନେକ ଥିଲେ ପାଗଳ। ତାଙ୍କ ସୁନ୍ଦରତା ଆଗରେ ବଡ ବଡ ଅଭିନେତ୍ରୀ ମଧ୍ୟ ମାରୁଥିଲେ ଫେଲ୍‌। ଏହି ୮୦ ଦଶକର ବଲିଉଡ କୁଇନ୍‌ଙ୍କ ଅନେକ ଦିୱାନା ଥିଲେ, ଆଉ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ରେଖାଙ୍କ ଏହି ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଥିଲେ।ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ ସେ ହେଉଥିଲେ ଉବୁଟୁବୁ। ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ସେହିପରି ଇମ୍ରାନ୍‌ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ। ରେଖା ମଧ୍ୟ ଇମ୍ରାନଙ୍କୁ କୁଆଡେ ପସନ୍ଦ କରୁଥିଲେ। ସେ ତାଙ୍କୁ ଭଲ ପାଉଥିଲେ। ସେ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଚର୍ଚ୍ଚା ହୋଇଥିଲା।

Rekha-and-Imran-Khan-1280x720
 


ଇମ୍ରାନ୍‌ ଖାନ୍‌ ଏବଂ ରେଖା ବିବାହ କରିବା ଏକ ପ୍ରକାର ପକ୍କା ହୋଇ ଯାଇଥିଲା। ଏହି ବିବାହକୁ ନେଇ ରେଖାଙ୍କ ମା’ ବେଶ ଖୁସି ହୋଇ ପଡିଥିଲେ। ରେଖାଙ୍କ ମା’ ଦୁହିଁଙ୍କ ବିବାହକୁ ନେଇ ଜ୍ୟୋତିଶଙ୍କୁ ପଚରାଉଚରା ମଧ୍ୟ ସାରି ଦେଇଥିଲେ। ତିଥି ନକ୍ଷତ୍ରେ ମଧ୍ୟ ଗଣାଇ ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବିବାହ ଭାଙ୍ଗି ଯାଇଥିଲା।  ରେଖାଙ୍କ ସହ ନିଜ ସମ୍ପର୍କକୁ ନେଇ ଇମ୍ରାନ୍‌ ଖାନ୍‌ ୧୯୯୫ ଜୁନ୍‌ ୧୧ ତାରିଖରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ। ସେ କହିଥିଲେ, କିଛି ସମୟ ପାଇଁ ରେଖାଙ୍କ ସାଥ ତାଙ୍କୁ ଭଲ ଲାଗିଥିଲା। ସେ ତାଙ୍କୁ ପସନ୍ଦ କରୁଥିଲେ। ଉଭୟ ଖୁବ୍‌ ଏନ୍‌ଜୟ କାରିଥିଲେ। କିନ୍ତୁ ସେ କୌଣସି ଫିଲ୍ମ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଇଚ୍ଛା ରଖିନଥିଲେ ବୋଲି କହିଥିଲେ। ଏଥିପାଇଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଉଛି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.