ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ

ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ପରୀକ୍ଷା ୩୦ ମାର୍କ ବିଶିଷ୍ଟ ରହିବ ଏବଂ ୪୫ ମିନିଟ୍‌ ଧରି ଚାଲିବ।ପ୍ରଥମ ତ୍ରୈମାସିକ ପରୀକ୍ଷା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରି ଦ୍ବିତୀୟ ସପ୍ତାହରେ ଦ୍ବିତୀୟ ଓ ଫେବ୍ରୁଆରି ଶେଷ ସପ୍ତାହରେ ‌ତୃତୀୟ ତ୍ରୈମାସିକ ପରୀକ୍ଷା କରାଯିବ। ଯେଉଁଥିରେ ଥିଓରି ୨୦ ମାର୍କ ଓ ପ୍ରାକ୍ଟିକାଲ ୧୦ ମାର୍କ ରଖାଯାଇଛି। ଏପ୍ରିଲ ଦ୍ବିତୀୟ ସପ୍ତାହରେ ସିଲାବସ୍‌ ଆଧାରରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ଅଗଷ୍ଟ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷା ଆୟୋଜନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.