ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରାକ୍ଟିକାଳ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ସିଟିଂ 10 ଟା ରୁ ଆରମ୍ଭ ହୋଇ ଦିନ 1 ଟା ପର୍ଯ୍ୟନ୍ତ ଚାଲିବ ।

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରାକ୍ଟିକାଳ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ସିଟିଂ 10 ଟା ରୁ ଆରମ୍ଭ ହୋଇ ଦିନ 1 ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ 2 ଟା ରୁ ଆରମ୍ଭ ହୋଇ 5 ଟା ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନ ରେ ଫିଜିକ୍ସ, ବଟନୀ, ଜ୍ୟୁଲୋଜି, କେମେଷ୍ଟ୍ରି, ଇନଫରମେସନ୍ ଟେକ୍ନୋଲୋଜୀ, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ଦେବେ।ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା। ଅନ୍ୟପଟେ ଆସନ୍ତାକାଲି ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା। ତେବେ ଥିଓରି ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଦୀର୍ଘ ୧୯ ଦିନ ଧରି ଚାଲିବ ଥିଓରୀ ପରୀକ୍ଷା। ତେବେ ଅନ୍ୟପଟେ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ପରୀକ୍ଷା ୧୦ ତାରିଖ ମଧ୍ୟରେ ଶେଷ ହେବ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା। ସମସ୍ତ ପରୀକ୍ଷା ସକାଳ ୧୦ଟା ସମୟ ରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏହି ପରୀକ୍ଷାରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ। 

ତେବେ ପ୍ରାର୍ଥୀମାନେ ପରୀକ୍ଷା ଆରମ୍ଭର 30 ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ପରୀକ୍ଷାରେ ପ୍ରବେଶ କରିବା 15 ମିନିଟ୍ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ସିଟ୍ ଦଖଲ କରିବାକୁ ହେବ। ସିସିଟିଭି ଅଧିନରେ ରହିବ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ର। ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହେଉଥିବା ଆବଶ୍ୟକ। ତେବେ ମୋଟ ଆକାରରେ ୨ ଲକ୍ଷ୍ୟ ୩୨ ହଜାର ୬୪୪ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନ ରେ ୯୩ ହଜାର ୭୩୦ ଓ ସେହିପରି ବାଣିଜ୍ୟ ରେ ୨୪ ହଜାର ୨୪୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୨୯। ତେବେ ମୋଟ ୩ ଲକ୍ଷ ୫୬ ହଜାର ୪୪୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ଅଛନ୍ତି ରେଗୁଲାର ରେ ୩ଲକ୍ଷ ୩୮ ହଜାର ୭୪୭, ଏକ୍ସ ରେଗୁଲାର ରେ ୧୭ ହଜାର ୭୦୨ ଜଣ। ଏହାଛଡା ମୋଟ ରେଜିଷ୍ଟ୍ରେସନ କରିଛନ୍ତି ୩ଲକ୍ଷ୍ୟ ୭୫ ହଜାର ୮୬୬ ଜଣ ଛାତ୍ର ଛାତ୍ରୀ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.