ୟୁକ୍ରେନର ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ କରିଥିବା ଦାବି କରୁଛି ଋଷ

ୟୁକ୍ରେନର ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ କରିଥିବା ଦାବି କରୁଛି ଋଷ

ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ । ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି ଏହି ସୂଚନା ଦିଆଯାଇଛି ।

ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ । ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହି ଆକ୍ରମଣରେ ୨୦ ଜଣ ନୀରିହ ଲୋକଙ୍କର ମୃତ୍ୟୁ ଘଟିଛି । ଏହାସହ ଆକ୍ରମଣରେ ଶିଶୁ ସମେତ ୨୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଋଷ୍ ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣକୁ ଋଷ୍ ଦୃଢ଼ ନିନ୍ଦା କରିଛି । ଅନ୍ୟପକ୍ଷରେ ୟୁକ୍ରେନ୍ ଏହି ଆକ୍ରମଣକୁ ଖଣ୍ଡନ କରିଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.