ଯୁକ୍ତ୨ ପରୀକ୍ଷା: ସାମ୍‌ସ ଇ-ସ୍ପେସ୍‌ରେ ଆସିଲା ଆଡମିଟ୍‌ କାର୍ଡ

ଯୁକ୍ତ୨ ପରୀକ୍ଷା: ସାମ୍‌ସ ଇ-ସ୍ପେସ୍‌ରେ ଆସିଲା ଆଡମିଟ୍‌ କାର୍ଡ

ଫେବ୍ରୁଆରି ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଜାରି ହୋଇଛି।

ଫେବ୍ରୁଆରି ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଜାରି ହୋଇଛି। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ଶିକ୍ଷାରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅନୁଯାୟୀ ସାମ୍‌ସ ଇ-ସ୍ପେସ୍‌ରେ ଉପଲବ୍ଧ କରାଯାଇଛି। ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀଙ୍କ ନାମ, ବାପାଙ୍କ ନାମ, ମା’ଙ୍କ ନାମ, କେଉଁ ବିଷୟର ପରୀକ୍ଷା ଦେବେ ଆଦି ରହିଛି। କଲେଜ କର୍ତ୍ତୃପକ୍ଷ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ ହସ୍ତାନ୍ତର ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ଦସ୍ତଖତ କରିବା ନିତ୍ୟାନ୍ତ ଆବଶ୍ୟକ। ଆଡମିଟ୍‌ କାର୍ଡ ଓ ସିଏନ୍‌ଆରରେ କୌଣସି ପ୍ରକାର ତ୍ରୁଟି ଉପଲବ୍ଧ ହୋଇଥିଲେ କଲେଜ ଅଧ୍ୟକ୍ଷମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ୍‌ coechseodisha@gmail.com ମାଧ୍ୟମରେ ଅବଗତ କରିବାକୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.