ରୁଷ୍ ସଙ୍ଗେ ଯୁଦ୍ଧ କରି ୩୦୦୦ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।ରୁଷୀୟ ସେନା ପ୍ରତ୍ୟାହାର ପରେ ୟୁକ୍ରେନ୍ର ରାଜଧାନୀ ଚତୁର୍ପାଶ୍ବସ୍ଥ ଅଞ୍ଚଳରୁ ୯୦୦ରୁ ଊର୍ଦ୍ଧ୍ବ ଶବ ଉଦ୍ଧାର କରାଗଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ପୁଲିସ କହିଛି। ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଛି ବୋଲି ଏଥିରୁ ଆଭାସ ମିଳୁଛି।
ରୁଷୀୟ ଅଞ୍ଚଳରେ ୟୁକ୍ରେନ୍ ଚଳାଇଥିବା ଆକ୍ରମଣର ପ୍ରତିଆକ୍ରମଣ ଭାବେ କିବ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ବଢ଼ାଯିବ ବୋଲି ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ କହିବାର କିଛି ସମୟ ପରେ ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କ ମୃତ୍ୟୁ କଥା ପଦାକୁ ଆସିଛି।