ଆଜି ସୂର୍ଯ୍ୟ ଅଭିମୁଖେ ବାହାରିବ ଆଦିତ୍ୟ ଏଲ-1

ଆଜି ସୂର୍ଯ୍ୟ ଅଭିମୁଖେ ବାହାରିବ ଆଦିତ୍ୟ ଏଲ-1

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 ।

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍  ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ସି ୫୭ ରକେଟ୍ ।ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ । 

ସୂଚନାନୁସାରେ , କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇସାରିଥିବା ବେଳେ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥଙ୍କ ସମେତ ଏକ ବୈଜ୍ଞାନିକ ଟିମ୍‌ ତିରୁପତି ସ୍ଥିତ ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ସହିତ ଆଦିତ୍ୟ ଏଲ୍‌-1ର ଏକ ମଡେଲ୍‌ ନେଇ ଇସ୍ରୋ ବୈଜ୍ଞାନିକମାନେ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସବୁ କିଛି ଠିକଠାକ ରହିଲେ ଏହା ଆସନ୍ତାକାଲି ମଧ୍ୟାହ୍ନ 11.50 ମିନିଟରେ ଉତକ୍ଷେପଣ ହେବ । ତେବେ ଏହା ପୂର୍ବରୁ ଆଜି ଶ୍ରୀହରିକୋଟା ସ୍ଥିତ ଇସ୍ରୋ ପରିସରକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଛି ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.