କନ୍ୟା ସନ୍ତାନର ଜନକ ହେଲେ ଆଦିତ୍ୟ ନାରାୟଣ

କନ୍ୟା ସନ୍ତାନର ଜନକ ହେଲେ ଆଦିତ୍ୟ ନାରାୟଣ

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନିଜେ ଏସୂଚନା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଦେଇଛନ୍ତି।ଫେବ୍ରୁଆରି ୨୪ ତାରିଖରେ ଶ୍ୱେତା କନ୍ୟା ସନ୍ତାନକୁ ଦେଇଥିଲେ। କିନ୍ତୁ ଆଦିତ୍ୟ ଆଜି ବାପା ହୋଇଥିବା ସୂଚନା ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି।

 

ଏହା ସହ ସେ ବିବାହ ସମୟର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ ମୋତେ ଏହା ସେୟାର କରିବାକୁ ନେଇ ଖୁସି ଲାଗୁଛି କି ୨୦୨୨ ଫେବ୍ରୁଆରି ୨୪ ରେ ଭଗବାନ ଆମକୁ ଏକ ସୁନ୍ଦର ଝିଅର ଆଶୀର୍ବାଦ ଦେଇଛନ୍ତି।ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି, ‘ଅନେକ ଲୋକ କହୁଥିଲେ ଯେ ଆମ ପୁଅ ହେବ। କିନ୍ତୁ ମୁଁ ସବୁବେଳେ ଚାହୁଁଥିଲି କନ୍ୟା ସନ୍ତାନ ଜନ୍ମ ହେଉ। କାରଣ ଝିଅମାନେ ସବୁବେଳେ ନିଜ ପିତାଙ୍କ ନିକଟତର ଥାଆନ୍ତି। ଛୋଟ ଅତିଥିକୁ ପାଇ ମୁଁ ବହୁତ ଖୁସି । ଏହି ସୂଚନା ସାମ୍ନାକୁ ଆସିବା ସୋସିଆଲ ମିଡିଆରେ ସାଧାରଣ ଲୋକ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଆଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.