ରାଜପରିବାରରେ ବି ଯୌତୁକ କଳି, ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ରାଜପରିବାରରେ ବି ଯୌତୁକ କଳି, ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ। ଓଡିଶାର କଳି ଏବେ ଉତ୍ତରାଖଣ୍ଡ ଥାନାରେ। ରାଜପରିବାର ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାଜପରିବାରର ବୋହୁ।

ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ। ଓଡିଶାର କଳି ଏବେ ଉତ୍ତରାଖଣ୍ଡ ଥାନାରେ। ରାଜପରିବାର ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାଜପରିବାରର ବୋହୁ। ଅନଙ୍ଗ ଉଦୟଙ୍କ ସିଂ ଦେଓଙ୍କ ସାନ ପୁଅ ଅର୍କେଶଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା ସିଂ। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି।

ସୂଚନାନୁସରେ, ୨୦୧୭ ନଭେମ୍ବର ୨୩ ତାରିଖରେ ସେ ଓଡ଼ିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାରେ ପରିଣତ ହୋଇଥିଲା ।ତାଙ୍କୁ ବିବାହର କିଛି ଦିନ ପରେ ଶାଶୂ ଘର ଲୋକେ ଯୌତୁକ ବାବଦକୁ କୋଟି କୋଟି ଟଙ୍କା ମଧ୍ୟ ଦାବି କରିଆସୁଥିଲେ ।

ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ସ୍ବାମୀ ଅର୍କେଶ ନାରାୟଣ ସିଂହ ଦେବ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ବୋଲି କହିଥିବା ବେଳେ ପାଲଟା ଅଦ୍ରିଜାଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି । ଅଦ୍ରିଜା ତାଙ୍କୁ ୧୦୦ କୋଟି ଅର୍ଥ ଦେବା ଲାଗି କହୁଥିବା ସେ କହିଛନ୍ତି । ଏପରିକି ଅଦ୍ରିଜା ଓଡ଼ିଶାରୁ ବିଧାୟକ ଭାବେ ନିର୍ବାଚନ ଲଢିବା ଲାଗି ଦାବି କରୁଥିବା ସେ କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.