ଆଜିକାଲି ହାଲୁକା ବର୍ଷାରେ ଭିଜିବ ଓଡିଶା, ୨ ଦିନପରେ ପୁଣି ଫେରିବ ଶୀତ

ଆଜିକାଲି ହାଲୁକା ବର୍ଷାରେ ଭିଜିବ ଓଡିଶା, ୨ ଦିନପରେ ପୁଣି ଫେରିବ ଶୀତ

ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା। ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା। ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡ଼ିଶା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଆଦି ଜିଲ୍ଲାରେ ବି ବର୍ଷା ହୋଇପା‌ରେ। ସେହିଭଳି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ସ୍ଥାନରେ ୭ ତାରିଖ ଦିନ ହାଲୁକା ବର୍ଷା ହେବ। ୮ ତାରିଖରୁ ପାଖ ଶୁଖିଲା ରହିବ। ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ହେବାନେଇ ସୂଚନା  dଦେଇଛି। 

ଆସନ୍ତା ୨ ଦିନରେ ରାଜ୍ୟର ପାଗ ଅପରିବର୍ତ୍ତିତ ରହିବ। ଧୀରେଧୀରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ଖସିବ। ଫଳରେ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ। ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। କିଛି କିଛି ବର୍ଷା ମଧ୍ୟ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୩ ଡିଗ୍ରି ଯାଏ ରହିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.