ପଦ୍ମଶ୍ରୀ ପାଇବେ ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର, ଏଣିକି ଅନଲାଇନରେ ବାଣ୍ଟିବେ ଜ୍ଞାନ

ପଦ୍ମଶ୍ରୀ ପାଇବେ ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର, ଏଣିକି ଅନଲାଇନରେ ବାଣ୍ଟିବେ ଜ୍ଞାନ

ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ । ପଦ୍ମଶ୍ରୀ ପାଇବେ ଗରିବ ପିଲାଙ୍କ ଦେବଦୂତ ଆନନ୍ଦ କୁମାର । ଅର୍ଥନୈତିକ ପଛୁଆ ବର୍ଗର ପିଲାଙ୍କ ମୁହଁରେ ଆନନ୍ଦ ଦେଉଥିବା ଆନନ୍ଦ କୁମାରଙ୍କୁ ସାଉଁଟିଛନ୍ତି ସମ୍ମାନ ।

ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ । ପଦ୍ମଶ୍ରୀ ପାଇବେ ଗରିବ ପିଲାଙ୍କ ଦେବଦୂତ ଆନନ୍ଦ କୁମାର । ଅର୍ଥନୈତିକ ପଛୁଆ ବର୍ଗର ପିଲାଙ୍କ ମୁହଁରେ ଆନନ୍ଦ ଦେଉଥିବା ଆନନ୍ଦ କୁମାରଙ୍କୁ ସାଉଁଟିଛନ୍ତି ସମ୍ମାନ । ବାଲ୍ୟକାଳରୁ ଆର୍ଥିକ ଦୁର୍ଦ୍ଦଶାରେ ସଢ଼ିଥିବା ଆନନ୍ଦଙ୍କ ଗଣିତ ପ୍ରତି ଥିଲା ସ୍ବତନ୍ତ୍ର ଆଗ୍ରହ । ତାଙ୍କ ଦ୍ବାରା ରଚିତ ନମ୍ବର ଥିଓରି ମାଥମେଟିକାଲ ସ୍ପେକ୍ଟ୍ରମରେ ପ୍ରକାଶିତ ହେବା ପରେ ବଢ଼ିଥିଲା ଖ୍ୟାତି । କେମ୍ବ୍ରିଜରେ ପଢ଼ିବା ଲାଗି ସୁଯୋଗ ଆସିଥିଲା । ହେଲେ ବାପାଙ୍କ ମୃତ୍ୟୁ କାରଣରୁ ସେ ସେଠାକୁ ଯାଇପାରି ନଥିଲେ । ଗରିବ ପିଲାଙ୍କୁ ମାଗଣାରେ ଜେଇଇ କୋଚିଂ ଦେବା ଲାଗି ପଣ କରି ପ୍ରତିଷ୍ଠା କରିଥିଲେ ସୁପର ୩୦ ।

ପ୍ରତିବର୍ଷ ୩୦ ଜଣ ଗରିବ ପିଲାଙ୍କୁ ଜେଇଇ ଏଣ୍ଟ୍ରାନସ ଲାଗି କରୁଛନ୍ତି ପ୍ରସ୍ତୁତ । ୨୦୦୩ରୁ ୨୦୧୭ ମଧ୍ୟରେ ୫୦୦ ପିଲାଙ୍କ ମଧ୍ୟରୁ ୩୯୧ ଛାତ୍ରଛାତ୍ରୀ ଜେଇଇ ପାସ୍ କରିଥିଲେ । ୨୦୧୦ରେ ସମସ୍ତ ୩୦ ଜଣ ପିଲା ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ତାଙ୍କୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ସୁପର ୩୦ । ଆନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ ହ୍ରିତିକ ରୋଶନ । ଆରକ୍ଷଣ ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ବି ସାହାଯ୍ୟ କରିଥିଲେ ଆନନ୍ଦ । ଆଂଶିକ ଶ୍ରବଣ ଶକ୍ତି ସମସ୍ୟାରେ ଥିବା ଆନନ୍ଦଙ୍କ ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ କାନାଡାର ସାଇକିଆଟ୍ରିଷ୍ଟ ବିଜୁ ମାଥ୍ୟୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ମୁଁ ପିଲାଙ୍କୁ ଅନଲାଇନରେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି | ଖୁବ ଶୀଘ୍ର ଅନଲାଇନରେ ପିଲାମାନେ ସୁପର-୩୦ର ଜ୍ଞାନ ପାଇବେ | ଆନନ୍ଦ କୁମାର କହିଛନ୍ତି ଯେ ପଦ୍ମ ପୁରସ୍କାର ପାଇବା ପଛରେ ପରିବାର ସଦସ୍ୟଙ୍କ ସହ ଦିନରାତି ପାଠ ପଢ଼ୁଥିବା ପିଲାମାନଙ୍କର ମଧ୍ୟ ରହିଛି, ଯେଉଁମାନେ କଠିନ ପରିଶ୍ରମ କରିଥିଲେ ଓ ଭଲ ଫଳାଫଳ କରିଥିଲେ |ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଆଗାମୀ ସମୟରେ, ଅନଲାଇନ୍ ମାଧ୍ୟମରେ ଦେଶର ସମସ୍ତ ପିଲାଙ୍କ ସହ ଯୋଡି ହେବାର ଯୋଜନା ଅଛି | ଏହା ଦ୍ୱାରା ସମସ୍ତ ପିଲା ଅଧ୍ୟୟନ କରିବାକୁ ସକ୍ଷମ ହେବେ | ଯେଉଁ ପିଲାମାନେ ଫିସ ଦେବାକୁ ସକ୍ଷମ ନୁହଁନ୍ତି ଏବଂ ଯେଉଁମାନେ ଏଠାକୁ ଆସିପାରିବେ ନାହିଁ ସେହିପରି ପିଲାମାନଙ୍କ ପାଇଁ, ଆଜିର ସମୟରେ ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ ଏକ ଉତ୍ତମ ବିକଳ୍ପ | ଉଲ୍ଲେଖ ଥାଉ କି ୨୦୨୩ ମସିହାରେ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ | ଏହି ତାଲିକାରେ ୬ଜଣଙ୍କୁ ପଦ୍ମବିଭୂଷଣ, ୯ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.