ଆଜି ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅପରାହ୍ନ ୨ଟାରୁ ସାଢେ଼ ଦୁଇଟା ମଧ୍ୟରେ ସେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି। ସେଠାରୁ ସେ ଭୁବନେଶ୍ଵର ଆସି ମୁମ୍ବାଇ ଫେରିଯିବେ ବୋଲି ସୂଚନା ରହିଛି। ଏହି କାରଣରୁ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗତକାଲି ଆସାମର ପ୍ରସିଦ୍ଧ ମା’ କାମାକ୍ଷାଙ୍କ ଦର୍ଶନ ସାରି ଆସୁଛନ୍ତି ଅନନ୍ତ। ନିର୍ବନ୍ଧ ପରେ ସେ ଓଡ଼ିଶା ଆସି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି ।