ସୁମିତଙ୍କ ପାଇଁ ଡିମ୍ପଲଙ୍କ ଭାବବିହ୍ୱଳ ବାର୍ତ୍ତା

ସୁମିତଙ୍କ ପାଇଁ ଡିମ୍ପଲଙ୍କ ଭାବବିହ୍ୱଳ ବାର୍ତ୍ତା

ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି। ମୁଁ ଚାହୁଁଛି ସୁମିତ ଫେରି ଆସନ୍ତୁ।

ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି। ମୁଁ ଚାହୁଁଛି ସୁମିତ ଫେରି ଆସନ୍ତୁ। ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ମୋ ମୁଣ୍ଡକୁ ମରିବା କଥା ଆସିବ। ମୋତେ ବହୁତ କଷ୍ଟ ହୋଇଛି। ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।


ଏହି ଭିଡିଓରେ ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଦେଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ।ସେ କହିଛନ୍ତି, ମୁଁ ବି ଗୋଟେ ସାଦାସିଧା ଝିଅ ଥିଲି। ବିଶ୍ୱାସ କରିବାଟା କ’ଣ ଭୁଲ୍‌? ଯଦି ବିଶ୍ୱାସ କରିବାଟା ଭୁଲ୍‌, ତା’ହେଲେ ଜଣେ ମଣିଷ ଆଉ ଜଣେ ମଣିଷକୁ ଆଉ ବିଶ୍ୱାସ କରିବନି। ଆଜି ମୋତେ ସମସ୍ତେ ଏ ବାରଣ୍ଡାରୁ ଉଠାଇ ଦେବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। କିଏ ମାରିବାକୁ ଧମକ ଦେଉଛି ତ କିଏ କେସ୍ କରୁଛି। ଯେଉଁମାନେ ମୋ ସପକ୍ଷରେ ଅଛନ୍ତି ସେମାନଙ୍କୁ ଧନ୍ୟବାଦ। ଯେଉଁମାନେ ମୋ ବିପକ୍ଷରେ କହୁଛନ୍ତି ଦୟାକରି ସେମାନେ ମୋ ବିଷୟରେ ଟିକେ ଭାବନ୍ତୁ। 

 

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.