ଓଡ଼ିଆ ଫିଲ୍ମକୁ ସଫଳତା , ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର

ଓଡ଼ିଆ ଫିଲ୍ମକୁ ସଫଳତା ,  ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର

ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ ।

ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ । ଗୋଆଠାରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରଦର୍ଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଦେଖିବା ପରେ ଏହାକୁ ହିନ୍ଦୀ ଭାଷାରେ ରିମେକ୍ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍ । ଖାଲି ସେତିକି ନୁହେଁ, ନିଜର ପ୍ରତିଶ୍ରୁତି କେବଳ କଥାରେ ନୁହେଁ ବୋଲି ଜଣାଇଦେବା ପାଇଁ ସେ ମଞ୍ଚ ଉପରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ୧୧ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । ଅନୁପମ ଖେର ଏହି କାହାଣୀରେ ଏତେ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ଏହାର ପ୍ରଯୋଜନା କରିବା ସହ ସେଥିରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ କହିଛନ୍ତି ।

 

ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର କାହାଣୀ ଗଢ଼ି ଉଠିଛି । ଏ ଚଳଚ୍ଚିତ୍ର ନିର୍ମାଣର ପଛରେ ରହିଥିବା ଘଟଣାବଳି ମଧ୍ୟ ବେଶ ନାଟକୀୟ ଥିଲା। ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ କାହାଣୀ ଲେଖିବା ସମୟରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟ ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ପିତାଙ୍କୁ ହରାଇଥିଲେ। ଏହାପରେ ସେ ଚଳଚ୍ଚିତ୍ର ନିର୍ମାଣକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶେଷରେ ପରିବାର ଲୋକଙ୍କ ପ୍ରେରଣା ଓ ସମର୍ଥନ ପାଇ ସେ ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ କରିଥିଲେ। ଏବେ ଆଇଏଫଏଫଆଇ ୨୦୨୨ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି । ଯାହାକୁ ଖୁବ୍‌ ପ୍ରଶଂସା ମିଳିଛି । ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଆଧାର କରି ଚଳଚ୍ଚିତ୍ର କାହାଣୀ ପ୍ରସ୍ତୁତ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.