ଦୁଇଦିନ ପରେ ପଞ୍ଚୁକ, ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ତତ୍ପର ପ୍ରଶାସନ

ଦୁଇଦିନ ପରେ ପଞ୍ଚୁକ, ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ତତ୍ପର ପ୍ରଶାସନ

ଆସନ୍ତା ନଭେମ୍ବର ୪ ତାରିଖ ବଡ଼ ଏକାଦଶୀରୁ ପଞ୍ଚୁକ ଆରମ୍ଭ ହେବ। ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୪ରେ ଠିଆକିଆ ବେଶ ଅନୁଷ୍ଠିତ ହେବ।

ଆସନ୍ତା ନଭେମ୍ବର ୪ ତାରିଖ ବଡ଼ ଏକାଦଶୀରୁ ପଞ୍ଚୁକ ଆରମ୍ଭ ହେବ। ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୪ରେ ଠିଆକିଆ ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୫ରେ ବାଙ୍କଚୁଡ଼ ବେଶ, ନଭେମ୍ବର ୬ରେ ତ୍ରିବିକ୍ରମ ବେଶ, ନଭେମ୍ବର ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ବର ୮ରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଏହି ୫ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ଯେଉଁ ଦୋକାନୀମାନେ ରହିଛନ୍ତି, ସେମାନଙ୍କୁ ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଥିବା ଧଳାଗାର ପଛକୁ ଚାଲିଯିବାକୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.