ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ ରାହୁଲ ଓ ଆଥୀୟା

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ ରାହୁଲ ଓ ଆଥୀୟା

ଆଜି ହାତକୁ ଦୁଇ ହାତ ହେବେ କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ବିବାହ କରିବେ ରାହୁଲ ।

ଆଜି ହାତକୁ ଦୁଇ ହାତ ହେବେ କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ବିବାହ କରିବେ ରାହୁଲ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ନିଜର ପୁରୁଣା ମହିଳା ବନ୍ଧୁ ଆଥିୟାଙ୍କୁ ବିବାହ କରିବେ ରାହୁଲ । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା ।ତେବେ ଉଭୟ ଖଣ୍ଡାଲାରେ ଥିବା ସୁନିଲ ସେଠୀଙ୍କ ବଙ୍ଗଳାରେ ବିବାହ କରିବେ ବୋଲି ସୂଚନା ମଳିଛି । ତେବେ ମୋଟ ୨୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହେବେ । ତେବେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.