ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ

ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ

ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା। 

କାହିଁକି ଅଳ୍ପ ସମୟ ପାଇଁ ମଞ୍ଚକୁ ଆସିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଏହି କଥାକୁ ନେଇ ଯାତ୍ରା ଷ୍ଟେଜ ପାଲଟିଲା ଋଣକ୍ଷେତ୍ର। ଷ୍ଟେଜ୍ ଉପରକୁ ଚୌକି ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ ଦର୍ଶକ। ବୁଝାସୁଝା କରିବା ପରେ ପରିସ୍ଥତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ଓଡ଼ିଶା ସମ୍ରାଟର ଯାତ୍ରା ସମୟରେ। ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।  ଏହି ସମୟରେ ନିଶା ମହାରଣା କରିଥିଲେ ଷ୍ଟେଜ ଉପରକୁ ଏଣ୍ଟ୍ରି। ଯାହାକୁ ଦେଖି ଦର୍ଶକଙ୍କ ମନ ଖୁସି ହୋଇଯାଇଥିଲା।  ନିଶା ମହାରଣା ମଧ୍ୟ ଦର୍ଶକଙ୍କୁ ଖୁସି କରିବା ପାଇଁ କରିଥିଲେ ଆଇଟମ ଡ୍ୟାନ୍ସ। ତାଙ୍କ ଠୁମୁକା ଦେଖି ଦର୍ଶକ ନେଉଥିଲେ ମଜା।  ନିଶାଙ୍କ ଆଇଟମ ଡ୍ୟାନ୍ସର ତାଳେତାଳେ ଝୁମୁଥିଲେ ଦର୍ଶକ। ଏହି ସମୟରେ ନିଶାଙ୍କର ଆଇଟମ ଡ୍ୟାନ୍ସ ସରି ଯାଇଥିଲା। ସେ ମଞ୍ଚ ଉପରୁ ପଳାଇ ଯାଇଥିଲେ। । ଯାହାକୁ ନେଇ ହୋହାଲ୍ଲା କରିଥିଲେ ଦର୍ଶକ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.