୨୧ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୨୧ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପୂର୍ବ ଦିଗରେ ଗତି କରୁଛି । ସୃଷ୍ଟି ହୋଇଥିବା ଲଘୁଚାପ ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରିଭୁତ ହୋଇଛି ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପୂର୍ବ ଦିଗରେ ଗତି କରୁଛି । ସୃଷ୍ଟି ହୋଇଥିବା ଲଘୁଚାପ ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରିଭୁତ ହୋଇଛି । ଏହା ଧିରେ ଧିରେ ପୂର୍ବ ଓ ଉତ୍ତରପୂର୍ବ ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୯ ତାରିଖ ସକାଳ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଦକ୍ଷିଣ ଆଣ୍ଡାମନ ସାଗରରେ ୱେଲମାର୍କ ଲୋ-ପ୍ରେସରରେ କେନ୍ଦ୍ରିଭୂତ ହେବ ।

ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ନିକୋବର ଦୀପପୁଂଜ ପାଖରେ ଗତି କରିବ । ୨୦ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ୨୧ ତାରିଖ ସୁଦ୍ଧା ଏହା  ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡ ୨୩ ତାରିଖ ସକାଳ ସୁଦ୍ଧା ବାଂଲାଦେଶ- ମିଆଁମାର ପାଖରେ ପହଂଚିବ । ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ଆଣ୍ଡାମାନ ନିକୋବର ଦୀପପୂଂଜ ଓ ଏହାର ଆଖପାଖ ସାମୁଦ କୂଳବର୍ତ୍ତି ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.