କଖାରୁ ଖାଇବାର କିଛି ଏଭଳି ଫାଇଦା, ଯାହା ଜାଣିଲେ ଆପଣଙ୍କ ଉଡିଯିବ ହୋସ

କଖାରୁ ଖାଇବାର କିଛି ଏଭଳି ଫାଇଦା, ଯାହା ଜାଣିଲେ ଆପଣଙ୍କ ଉଡିଯିବ ହୋସ

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାହିଁକି ନା ସେମାନଙ୍କୁ ପରିବା ଖାଇବା ପସନ୍ଦ ନ ଥାଏ ।

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାହିଁକି ନା ସେମାନଙ୍କୁ ପରିବା ଖାଇବା ପସନ୍ଦ ନ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସବୁ ପରିବାରେ ଆମିଷ ଠାରୁ ମଧ୍ୟ ଅଧିକା ଭିଟାମିନ ମିଳିଥାଏ । ସେହିଭଳି ଏକ ପାରିବା ହେଉଛି କଖାରୁ । ଜାଣି ଆଶ୍ଚର୍ଯ୍ୟ ହେବେ କି କଖାରୁରୁ କିଛି ଏଭଳି ପୋଷାକ ତତ୍ଵ ମିଳିଥାଏ ଯାହା ଆଉ ଅନ୍ୟ କୌଣସି ପରିବାରୁ ମିଳେ ନାହିଁ । ହୃଦୟ ରୋଗରେ ଅତ୍ୟଧିକ ଲାଭ କାରୀ ଅଟେ ଏହି କଖାରୁ । ଏହା ସହ ପେଟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ତେବେ ଆସନ୍ତୁ ଜାଣିବା କଖାରୁ ଖାଇବା ଦ୍ଵାରା କି କି ଲାଭ ହୁଏ

 

କଖାରୁ ର ଗୁଣ

ଏଥିରେ ସଚ୍ୟୁରେଟେଡ ଫ୍ୟାଟ ନଥାଏ । ଯାହା ଦ୍ଵାରା କୋଲେଷ୍ଟ୍ରୋଲ ର ମାତ୍ରା ଶରୀରରେ ଠିକ ରୁହେ । ଏହାର ସେବନ ଦ୍ଵାରା ହୃଦୟ ସୁସ୍ଥ ରୁହେ । ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପାଇଁ ପେଟ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳେ । ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଏହି କଖାରୁରେ ମୁଖ୍ୟତଃ ବିଟା କେରୋଟିନ ମିଳିଥାଏ । ଏଥିରୁ ଆପଣଙ୍କୁ ଭିଟାମିନ ‘ଏ’ ମଧ୍ୟ ମିଳିଥାଏ ।

ହୃଦୟ ରୋଗୀଙ୍କ ପାଇଁ

ଯେଉଁମାନଙ୍କର ହୃଦୟ ଜନିତ ରୋଗ ଅଛି ସେମାନଙ୍କ ପାଇଁ କଖାରୁ ସେବନ କରିବା ବହୁତ ଲାଭଦାୟକ ଅଟେ । ଏହାକୁ ସେବନ କଲେ କୋଲେଷ୍ଟ୍ରୋଲ ଠିକ ରୁହେ ଯାହା ପାଇଁ ହୃଦୟ ମଧ୍ୟ ସୁସ୍ଥ ରୁହେ ।

ଡାଇବେଟିସ ପାଇଁ

ଏହା ରକ୍ତରେ ଶର୍କରାର ମାତ୍ରା ଠିକ ରଖେ । ସେଥିପାଇଁ ଡାକ୍ତର ମାନେ ମଧୁମେହ ରୋଗୀଙ୍କୁ କଖାରୁ ଖାଇବାକୁ କହିଥାନ୍ତି ।

ମନକୁ ଶାନ୍ତ ରଖେ

କଖାରୁ ରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିସ୍କର କୋସିକାକୁ ଆରମ ଦେଇଥାଏ । ଯଦି ଆପଣ ରିଲାକ୍ସ ହେବାକୁ ଚହୁଁଛନ୍ତି ତ ଆପଣ କଖାରୁ ଖାଇ ପାରିବେ ।

କଖାରୁ ଜୁସ

କଖାରୁ ଜୁସ ର ସେବନ ଭରପୁର ମାତ୍ରାରେ କରନ୍ତୁ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ ଶରୀର କୁ ସୁରକ୍ଷା ଦେବାର କାମ କରିଥାଏ । ଅସ୍ଟିଓପୋରୋସିସ ରେ ହାଡ ଦୁର୍ବଳ ହୋଇଯାଏ, ଯାହାର କାରଣ ହେଉଛି ଜିଙ୍କ ର ଅଭାବ । ଏହି ରୋଗରେ କଖାରୁ ଠୁ ଅଧିକ ମଞ୍ଜୀର ସେବନ କରନ୍ତୁ ।

ସୁନ୍ଦର ତ୍ଵଚା

କଖାରୁରେ ଭିଟାମିନ ‘ଏ’ ଭିଟାମିନ ସି ଏବଂ ବିଟା କେରୋଟିନ ଭଳି ତତ୍ଵ ଥାଏ, ଯାହା  ପ୍ରାକୃତିକ ରୂପରେ ତ୍ଵଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । କଖାରୁ ଖାଇବା ଛଡା ଏହାର ଫେସ ପ୍ୟାକ ବନେଇ ଲଗାଇଲେ ମଧ୍ୟ ତ୍ଵଚାର ସୁନ୍ଦରତା ବଢିଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.