ରୁମ୍‌ ସେୟାରିଂର ଫାଇଦା

ରୁମ୍‌ ସେୟାରିଂର ଫାଇଦା

ଆଜିକାଲିର ମହଙ୍ଗା ଯୁଗରେ ରୁମ୍‌ ସେୟାର କରିବା ଏକ ଭଲ ବିକଳ୍ପ । କେତେଜଣ ଏଥିରେ ଅସହଜ ଅନୁଭବ କରନ୍ତି । ତେଣୁ ଯଦି ଆପଣ ବି ଏମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ରୁମ୍‌ ସେୟାରିଂ କେତେ ଲାଭଦାୟକ ତାହା ପ୍ରଥମେ ଜାଣିନିଅନ୍ତୁ ।

ଆଜିକାଲିର ମହଙ୍ଗା ଯୁଗରେ ରୁମ୍‌ ସେୟାର କରିବା ଏକ ଭଲ ବିକଳ୍ପ । କେତେଜଣ ଏଥିରେ ଅସହଜ ଅନୁଭବ କରନ୍ତି । ତେଣୁ ଯଦି ଆପଣ ବି ଏମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ରୁମ୍‌ ସେୟାରିଂ କେତେ ଲାଭଦାୟକ ତାହା ପ୍ରଥମେ ଜାଣିନିଅନ୍ତୁ ।

ଅର୍ଥ ସଞ୍ଚୟ: ଫ୍ଲାଟ୍‌ ସେୟାରିଂର ସବୁଠୁ ବଡ଼ ଲାଭ ହେଉଛି ଟଙ୍କା ସଞ୍ଚୟ । ଯେକୌଣସି ସିଟିରେ ଛୋଟ ଫ୍ଲାଟ୍‌ ବି ସୁହାଇଲା ପରି ଭଡ଼ାରେ ମିଳୁନାହିଁ । ଯଦି ସେୟାରିଂରେ ରୁହନ୍ତି ତାହେଲେ ଅତି କମ୍‌ରେ ଆପଣ କିଛି ଟଙ୍କା ବଞ୍ଚେଇପାରିବେ ।

ରୁମ୍‌ ସେୟାରିଂର ଫାଇଦା

ଏକୁଟିଆପଣରୁ ମୁକ୍ତିି: ନୂଆ ସହର ନୂଆ ପରିବେଶରେ ଫ୍ଲାଟମେଟ୍‌ ତଥା ସାଙ୍ଗ ଏକ ଭଲ ବନ୍ଧୁ ଭାବେ ପ୍ରମାଣିତ ହୋଇଥାଏ । ଆଜିକାଲି ଏକୁଟିଆ ରହିବା ଦ୍ୱାରା ଅଧିକାଂଶ ଯୁବକଯୁବତୀ ଅବସାଦ ଏବଂ ଭାବନାତ୍ମକ ରୂପେ ଅସୁରକ୍ଷିତ ଅନୁଭବ କରନ୍ତି । ତେଣୁ ଏପରିସ୍ଥିତିରେ ଯଦି କିଏ ପାଖରେ ରୁହେ, ତାହେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

କମିବ କାମ ଚାପ: ସଫେଇ ହେଇ କି ରୋଷେଇ କାମ, ଜଣଙ୍କ ପାଇଁ ବହୁତ ଅଧିକ କାମ ହୋଇଯାଏ । ଯଦି ସମାନ ବିଚାର ଥିବା ରୁମ୍‌ମେଟ୍‌ ମିଳିଗଲେ, କୌଣସି କାମ ବି କଷ୍ଟକର ପଡ଼ିବ ନାହିଁ । ଅତି ସହଜରେ ସବୁ କାମ ହୋଇଯିବ । ଏକୁଟିଆ ସବୁ କାମ କରିବାର ଚାପରୁ ବର୍ତ୍ତିପାରିବେ ।

ରୁମ୍‌ ସେୟାରିଂର ଫାଇଦା

କିଛି ଲୋକ ଫ୍ଲାଟ୍‌ କିମ୍ବା ରୁମ୍‌ ସେୟାର କରିବାକୁ ଠିକ୍‌ ମନେ କରନ୍ତି ନାହିଁ । କାରଣ କେତେକକ୍ଷେତ୍ରରେ ଆପଣଙ୍କ ଗୋପନତା ରହିବ ନାହିଁ । ହିସାବରେ ଏପଟେ ସେପଟେ ହେଲେ ଝଗଡ଼ା ହେବାର ଆଶଙ୍କା ରହିଥାଏ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.