ବିପଦରେ ଶ୍ରୀମନ୍ଦିର, ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ବିପଦରେ ଶ୍ରୀମନ୍ଦିର, ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ଓଡିଶାର ୪ କୋଟି ଲୋକଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ବିପଦରେ।କେବଳ ରତ୍ନଭଣ୍ଡାର ନୁହେଁ ମନ୍ଦିରର ବାହାର ପାର୍ଶ୍ଵ ମଧ୍ୟ ବିପଦରେ। କେଉଁଠୁ କାନ୍ଥ, ଛାତରୁ ଛେଲା ଛେଲା ସିମେଣ୍ଟ ଖସିଛି ତ କେଉଁଠି ସିଲିଂ ଭାରା ଭାଙ୍ଗିଯାଇଛି।

ଓଡିଶାର ୪ କୋଟି ଲୋକଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ବିପଦରେ।କେବଳ ରତ୍ନଭଣ୍ଡାର ନୁହେଁ ମନ୍ଦିରର ବାହାର ପାର୍ଶ୍ଵ ମଧ୍ୟ ବିପଦରେ। କେଉଁଠୁ କାନ୍ଥ, ଛାତରୁ ଛେଲା ଛେଲା ସିମେଣ୍ଟ ଖସିଛି ତ କେଉଁଠି ସିଲିଂ ଭାରା ଭାଙ୍ଗିଯାଇଛି। ଏହାର ଚିହ୍ନବହ୍ନ ମିଳୁନି। ଛେଲା ଛେଲା ସିମେଣ୍ଟ ଖସିବା ପରେ କାନ୍ଥ, ଛାତର ରଡ୍‌ ବି ଦିଶିଲାଣି।ଏହା ଭିତରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଛି।ଏହା ଶ୍ରୀମନ୍ଦିର ପ୍ରଶାସନ କି ଭାରତୀୟ ପ୍ରତ୍ନତତ୍ୱ ବିଭାଗର ନଜରକୁ କିପରି ଆସିନାହି ତାହା ଏବେ ଏକ ବଡ ପ୍ରଶ୍ନ। 

୧୯୭୫ ମସିହାରେ ଏଏସଆଇ ବହୁ ପ୍ରାଚୀ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ତୁଲାଇ ଆସୁଛି । ପୂର୍ବରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନର ମୋଟା ଆସ୍ତରଣକୁ ବିପଦ ବୋଲି ଏଏସଆଇ ଦର୍ଶାଇବା ପରେ ମାମଲା କୋର୍ଟକୁ ଯାଇଥିଲା । ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରର ଚୁନ ଛଡାଇ ସ୍ୱତନ୍ତ୍ର କେମିକାଲ ଲଗାଯାଇଛି । ହେଲେ ଶ୍ରୀମନ୍ଦିର ଉପରୁ ବିପଦ ଟଳୁ ନାହିଁ । ମଝିରେ ମଝିରେ ବଡ ବଡ ପଥର ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି ।   

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.