ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ଗର୍ଲଫ୍ରେଣ୍ଡ୍‌ଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ଗର୍ଲଫ୍ରେଣ୍ଡ୍‌ଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ ।

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ । ଏହି ଆବେଦନ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜିକରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ କହିଛନ୍ତି ।ବିଜୟ ଶଙ୍କର ବିବାହ ପ୍ରତିଶ୍ରୁତି ଦେଇ ଏଥିରୁ ପରେ ଓହରିଯାଇଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ । ଏନେଇ ମାମଲା ଚାଲୁ ରହିଛି । ଏନେଇ ଗତବର୍ଷ ମେ ମାସରେ ସୋମାଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୋଲିସ୍ ଏହି ଏହି ଏଫଆଇଆରକୁ ପଞ୍ଜିକରଣ କରି ନଥିଲା । ସୂଚନାଯୋଗ୍ୟ ଯ, କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ପାଇଁ ଆବେଦନ କରିଥିଲେ । ହେଲେ ୯୦ ଦିନ ଭିତରେ ଏହି ବିବାହ ହୋଇପାରି ନଥିଲା, ଆଉ ଏଥିପାଇଁ ବିଜୟ ଶଙ୍କରଙ୍କୁ ଦାୟୀ କରିଆସୁଛନ୍ତି ସୋମାଲିକା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.