୪୩ ବର୍ଷ ବୟସରେ ମା’ ହେଲେ ବିପାଶା

୪୩ ବର୍ଷ ବୟସରେ ମା’ ହେଲେ ବିପାଶା

ମା’ ହେଲେ ବଲିଉଡର ଡସ୍କି ବିୟୁଟି ବିପାଶା ବସୁ। ସେ ୪୩ ବର୍ଷ ବୟସରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। କରଣ ସିଂହ ଗ୍ରୋଭର ଓ ବିପାଶାଙ୍କ ଘରକୁ ଆସିଛି କୁନି ଅତିଥି। ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ସାମିଲ ହୋଇଛନ୍ତି।

ରିପୋର୍ଟ ମୁତାବକ, ବିପାଶା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିପାଶା ଓ କରଣଙ୍କ ଝିଅ ଜନ୍ମ କଥା ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଗତ ଅଗଷ୍ଟ ମାସରେ ବିପାଶା ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ଉଭୟ ସୋଶାଲ ମିଡିଆରେ ବେବି ବମ୍ପ ସେଆର କରିଥିଲେ। ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ମା’ ହେବା ପରେ ବିପାଶା ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି। କୁନି ଝିଅର ପାଦର ଫଟୋ ପୋଷ୍ଟ କରି ବିପାଶା କ୍ୟାପସନରେ ଲେଖିଛନ୍ତି, ‘ଆମ ପ୍ରେମର ଫିଜିକାଲ ରୂପ ଓ ମା’ଙ୍କ ଆଶୀର୍ବାଦ ଏ ଦୁନିଆକୁ ଆସିଯାଇଛି। ସେ ବାସ୍‌ତବରେ ବେଶ୍ ଦିବ୍ୟ ଅଟେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.