ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟ ସମେତ ୫ ରାଜ୍ୟର ୬ ବିଧାନସଭାରେ ଚାଲିଛି ମତଦାନ

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟ ସମେତ ୫ ରାଜ୍ୟର ୬ ବିଧାନସଭାରେ ଚାଲିଛି ମତଦାନ

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ।

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ମେଘାଳୟ ଓ ନାଗାଲାଣ୍ଡରେ ଭୋଟିଂ ଶେଷ ହେବା ପରେ ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟର ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ୫ ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଆଜି ଭୋଟିଂ ହେବାକୁ ଯାଉଥିବା ବେଳେ ୨ ତାରିଖରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବ ।

ଅରୁଣାଚଳ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ମହାରାଷ୍ଟ୍ରର ଦୁଇଟି ବିଧାନସଭା ଆସନ ଏହି ସୂଚୀ ଅନ୍ତର୍ଗତ ରହିଛି । ୫ଟି ରାଜ୍ୟର ୬ ବିଧାନସଭା ଆସନରେ ହେଉଥିବା ନିର୍ବାଚନମଣ୍ଡଳୀ ଗୁଡିକ ହେଉଛନ୍ତି……

 

୧- ଅରୁଣାଚଳ ପ୍ରଦେଶରେ ବିଜେପି ନେତା ଜମ୍ବେ ତାସିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାନ ହେଉଛି । 

୨- ତାମିଲନାଡୁ ଇରୋଦେରେ କଂଗ୍ରେସ ବିଧାୟକ ଥିରୁ ଇ ତିରୁମହାନ ଇରେଭା (Thiru E Thirumahan Everaa)ଙ୍କ ଦେହାନ୍ତ ।

୩-  ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିଧାୟକ ସୁବ୍ରତ ଶାହଙ୍କ ଦାହାନ୍ତ ପରେ ସାଗରଡିହି ଆସନରେ ଉପନିର୍ବାଚନ ଘୋଷଣା କରାଯାଇଥିଲା । 

୪- ଝାଡଖଣ୍ଡ ରାମଗଡ ବିଧାନସଭା କ୍ଷେତ୍ରରେ କଂଗ୍ରେସରୁ ବିଧାୟିକା ନିର୍ବାଚିତ ହୋଇଥିବା ମମତା ଦେବୀଙ୍କ ସଭ୍ୟପଦ ରଦ୍ଦ ହେବା ପରେ ସେଠାରେ ମଧ୍ୟ ଉପନିର୍ବାଚନ ।

୫- ମହାରାଷ୍ଟ୍ରରେ ଦୁଇ ବିଜେପି ନେତା ମୁକ୍ତା ଶୈଳେଶ ତିଲକ ଓ ଲକ୍ଷ୍ମଣ ପାଣ୍ଡୁରାମ ଜଗତଙ୍କ ଦେହାନ୍ତ ପରେ ସେଠାରେ ଉଭୟ ଆସନରେ ଭୋଟ ହେବାକୁ ଯାଉଛି ।

୬- ଏକମାତ୍ର ଲୋକସଭା କ୍ଷେତ୍ର ଭାବେ ଲାକ୍ଷାଦ୍ବୀପରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.