ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ

ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ

ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରେ । ଅର୍ଥାଭାବ ଯୋଗୁଁ କୋଚିଂ ନେଇପାରନ୍ତିନି ମେଧାବୀ ।

ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ। ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଏପରି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ କମ୍ପିଟେଟିଭ୍ ପରୀକ୍ଷା ପାଇଁ କୋଚିଂ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଯାହା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରସ୍ତୁତି କରିବାରେ ସହାୟକ ହେବ ।

ମେଧାବୀଙ୍କ ସ୍ବପ୍ନରେ ଲାଗିବ ଡେଣା । କ୍ୟାରିୟରକୁ ମିଳିବ ନୂଆ ଉଡ଼ାଣ । ସ୍କୁଲ କ୍ୟାମ୍ପସରୁ କ୍ୟାରିୟର ପ୍ରସ୍ତୁତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍ । ଯେଉଁ ସ୍କୁଲ କ୍ୟାମ୍ପସର ଅପଗ୍ରେଡେସନ୍ ହୋଇ ଜୁନିଅର କଲେଜ ଖୋଲିବ, ସେଠାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ କୋଚିଂ । ଏପରି ହେଲେ ସରକାରୀ କ୍ୟାମ୍ପସରେ ଏକାଦଶ ଓ ଦ୍ବାଦଶ ପଢୁଥିବା ଛାତ୍ରଛାତ୍ରୀ ଆଇଆଇଟି, ଜେଇଇ ଓ ଅନ୍ୟ କମ୍ପିଟେଟିଭ୍ ପରୀକ୍ଷା ପାଇଁ ମାଗଣାରେ ପ୍ରସ୍ତୁତି କରିପାରିବେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କିଛି ଘରୋଇ ଟ୍ୟୁଟରିଆଲ ସଂସ୍ଥାକୁ ନେଇ ଏପରି ଯୋଜନାରେ ସଫଳତା ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରେ । ଅର୍ଥାଭାବ ଯୋଗୁଁ କୋଚିଂ ନେଇପାରନ୍ତିନି ମେଧାବୀ । ଷ୍ଟ୍ରିମ ପରିବର୍ତ୍ତନ ବା ପାଠ ଛାଡି ନିଜ ସ୍ବପ୍ନକୁ ମାରିଦେବାକୁ ବାଧ୍ୟ ହୁଅନ୍ତି । ହେଲେ ଅପଗ୍ରେଡସନ୍ କାର୍ଯ୍ୟକ୍ରମରେ ସ୍ପେଶାଲ କୋଚିଂ ବ୍ୟବସ୍ଥା ଜରିଆରେ ସବୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତକୁ ସୁରକ୍ଷା ମିଳିପାରିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.