କୁହୁଡ଼ି ପାଇଁ ଏ ବର୍ଷ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌

କୁହୁଡ଼ି ପାଇଁ ଏ ବର୍ଷ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌

ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି । ସକାଳ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ପରେଡ୍‌ । ପରେଡ୍‌ ପାଇଁ ରାଜପଥରେ ଜୋରସୋର ଚାଲିଛି ରିହରସଲ । ପରେଡ୍‌ ବେଳେ ରାଜପଥର ଉଭୟ ପାର୍ଶ୍ୱରେ ୧୦ଟି ବଡ଼ ଏଲଇଡି ସ୍କ୍ରିନ୍‌ ଲାଗିବ । ପରେଡ୍‌ ପୂର୍ବରୁ ଏହି ଏଲଇଡି ସ୍କ୍ରିନ୍‌ରେ ସେନା ସଂପର୍କିତ କିଛି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ଏଲଇଡି ସ୍କ୍ରିନ୍‌ରେ ପରେଡ ଲାଇଭ୍‌ ହେବ ।କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଅତିଥି ତାଲିକାକୁ କାଣ୍ଟଛାଣ୍ଟ କରାଯାଇଛି । ମୋଟ ୨୪ ହଜାର ଲୋକଙ୍କୁ ଅନୁମତି ରହିବ । ଏଥିରେ ନିମନ୍ତ୍ରିତ ଅତିଥି ରହିବେ ୧୯ ହଜାର । ଅନ୍ୟ ୬ ହଜାର ସାଧାରଣ ଲୋକଙ୍କ ପାଇଁ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୌଣସି ବିଦେଶୀ ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଉ ନାହାନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.