ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜପନ୍ତୁ ଏହି ମନ୍ତ୍ର

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜପନ୍ତୁ ଏହି ମନ୍ତ୍ର

ଶନିଦେବଙ୍କୁ ପୂଜା କଲା ବେଳେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ: ଶନିଙ୍କ ମୂର୍ତ୍ତି ସମ୍ମୁଖରେ ପୂଜା କରନ୍ତୁ ନାହିଁ, ଯଦି ଆପଣ ଶନିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି ତେବେ ଯେଉଁଠି ଶିଳା ରୂପେ ଶନି ଅଛନ୍ତି ତାଙ୍କୁ ପୂଜନ୍ତୁ ।

ନ୍ୟାୟର ଦେବତା ହେଉଛନ୍ତି ଶନିଦେବ । ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ତାର ସଫଳ ପଛରେ ଶନିଦେବ ରହିଥାନ୍ତି । ବ୍ୟକ୍ତିଙ୍କ ଜୀବିକା, ରୋଗ ଏବଂ ସଂଘର୍ଷ ଶନିଙ୍କ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ । ସେହିପରି ଆପଣ ଶନିଙ୍କୁ ପ୍ରସନ୍ନ କରି ଜୀବନର କଷ୍ଟକୁ ଦୂର କରିପାରିବେ । ଏହାସହିତ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଯଦି ଆପଣ ଶନିଦେବଙ୍କୁ ଧ୍ୟାନର ସହ ପୂଜା ଅର୍ଚ୍ଚନା କରିବେ ତେବେ ବହୁତ ଶୀଘ୍ର ଫଳ ପ୍ରାପ୍ତି ହେବେ ।

ଶନିଦେବଙ୍କୁ ପୂଜା କଲା ବେଳେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ: ଶନିଙ୍କ ମୂର୍ତ୍ତି ସମ୍ମୁଖରେ ପୂଜା କରନ୍ତୁ ନାହିଁ, ଯଦି ଆପଣ ଶନିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି ତେବେ ଯେଉଁଠି ଶିଳା ରୂପେ ଶନି ଅଛନ୍ତି ତାଙ୍କୁ ପୂଜନ୍ତୁ । ବରଗଛ ମୂଳେ ଆରଧାନା କରନ୍ତୁ । ଶନିଙ୍କ ପାଖରେ ତେଲ ଦୀପ ଜାଳିବା ଶର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶନିଦେବଙ୍କୁ ପୂଜା କରିବାକୁ ଚାହୁଁଥିବା ବ୍ୟକ୍ତି ସେମାନଙ୍କର ଆଚରଣ ଏବଂ ବ୍ୟବହାର ଭଲ ରଖିବା ଉଚିତ୍ ।

କିଭଳି କରିବେ ଶନିଦେବଙ୍କ ପୂଜା: ଶନିବାର ଦିନ ପ୍ରଥମେ ଭଗବାନ ଶିବ ବା କୃଷ୍ଣଙ୍କ ଉପାସନା କରନ୍ତୁ । ଏହାପରେ ସନ୍ଧ୍ୟାରେ ଶନିଦେବଙ୍କ ମନ୍ତ୍ର ଜପି ବରଗଛ ମୂଳେ ପାଣି ଢାଳନ୍ତୁ । ଏହାପରେ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ । ଏହାସହିତ କୌଣସି ଗରିବ ବ୍ୟକ୍ତି ଭୋଜନ କରାନ୍ତୁ । ଏହିଦିନ ଆମିଷ ଆହର ଗ୍ରହଣ କରନ୍ତୁ ନାହିଁ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନି ମନ୍ତ୍ର ‘ଓଁ ଶଂ ଶନିଶ୍ଚରାୟ ନମଃ’ ଜପନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.