ଭାରତୀ ସିଂହ ଓ ହର୍ଷଙ୍କ ଡ୍ରଗ୍ସ ଓ ଗଞ୍ଜେଇ ମାମଲାର ଚାର୍ଜସିଟ୍ନ ଦାଖଲ କଲା ଏନସିବି

ଭାରତୀ ସିଂହ ଓ ହର୍ଷଙ୍କ ଡ୍ରଗ୍ସ ଓ ଗଞ୍ଜେଇ ମାମଲାର ଚାର୍ଜସିଟ୍ନ ଦାଖଲ କଲା ଏନସିବି

କମେଡି କ୍ୱିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ଅସୁବିଧା ପୁଣିଥରେ ବଢିବାକୁ ଯାଉଛି । କାହିଁକି ନା, ଡ୍ରଗ୍ସ ମାମଲାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନସିବି । ମିଳିଥିବା ସୂଚନା ମୁତାବକ, ଏନସିବି ଏହି କମେଡି କପଲଙ୍କ ନାଁରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

କମେଡି କ୍ୱିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ଅସୁବିଧା ପୁଣିଥରେ ବଢିବାକୁ ଯାଉଛି । କାହିଁକି ନା, ଡ୍ରଗ୍ସ ମାମଲାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନସିବି । ମିଳିଥିବା ସୂଚନା ମୁତାବକ, ଏନସିବି ଏହି କମେଡି କପଲଙ୍କ ନାଁରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।ତେବେ ୨୦୨୦ ମସିହାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ଏବେ ସେମାନେ ଜାମିନରେ ଅଛନ୍ତି । ତେବେ ପୁଣିଥରେ ଏହି କମେଡି ଯୋଡିଙ୍କ ଅସୁବିଧା ବଢିବା ଭଳି ମନେହେଉଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୨୦୨୦ ମସିହାରେ ଡ୍ରଗ୍ସ ମାମଲାରେ ଦୁହିଁଙ୍କୁ ଗିରଫ କରିଥିଲା । ଭାରତୀଙ୍କ ଅଫିସରେ ମଧ୍ୟ ଚଢାଉ କରାଯାଇଥିଲା । ଏହି ସମୟରେ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଦୁହେଁ ସ୍ୱାମୀ ସ୍ତ୍ରୀ ଗଞ୍ଜେଇ ସେବନ କରୁଥିବା ମଧ୍ୟ ସେ ସମୟରେ ଏନସିବି ପାଖରେ ମାନିନେଇଥିଲେ । ହେଲେ ଏବେ କିଛି ମାସର ବ୍ୟବଧାନ ପରେ ଏହି ମାମଲା ପୁଣି ଖୋଲିଛି । 

ସୂଚନାଯୋଗ୍ୟ ଯେ, ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ କମେଡି ଦୁନିଆର ଜଣାଶୁଣା ଚେହେରା । ଦୁହେଁ ଏକାଧିକ ସୋରେ ନଜର ଆସିଥାନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.