ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ମହିଳାଙ୍କୁ 50% ବସ ଭଡା ରିହାତି, ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ମହିଳାଙ୍କୁ 50% ବସ ଭଡା ରିହାତି, ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ

ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ ।

ହିମାଚଳ ପ୍ରଦେଶର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଦିନ ଚାମ୍ବାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍‌ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ । ଏହା ଦ୍ବାରା ପ୍ରାୟ ୧୧ ଲକ୍ଷ ପରିବାର ଲୋକେ ଏହି ଯୋଜାନର ଉପକୃତ ହେବ । ତେବେ ଏହା ଏହା ପୂର୍ବରୁ ୬୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ।

ଏଥିସହ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କହିଛନ୍ତି ଯେ, ହିମାଚଳ ପ୍ରଦେଶର ଲୋକଙ୍କ ଠାରୁ ମିଳିଥିବା ପରାମର୍ଶ ପରେ ରାଜ୍ୟରେ ୦ରୁ ୧୨୫ ୟୁନିଟ୍ ବିଦ୍ୟୁତ୍ ପାଇଁ କୌଣସି ବିଲ ହେବ ନାହିଁ । ଫଳରେ ଏହା ଦ୍ବାରା ୧୧.୫୦ ଲକ୍ଷ ପରିବାର ପାଇଁ ଉପକୃତ ହେବ ବୋଲି ସେ କହିଛନ୍ତି । ଏହା ସହିତ ମହିଳାଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ପାଣି ବିଲ ମଧ୍ୟ ଛାଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଳଶକ୍ତି ବିଭାଗ ତଥ୍ୟ ହିସାବରେ ଗ୍ରାମାଞ୍ଚଳର ଜଳ ବିଲରୁ ୩୦ କୋଟି ଆୟ ହୋଇଥାଏ ବୋଲି ସେ କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.