ବଢିବ ତାପମାତ୍ରା, କମିବ ଶୀତ

ବଢିବ ତାପମାତ୍ରା, କମିବ ଶୀତ

ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ।

ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ। ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି।ପାଖାପାଖି ୧୨ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। ରାଜ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ତଥାପି ଆଗାମୀ ୨୪ ଘଣ୍ଟାରେ ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପାରଦ ଯେତିକି ଖସୁଛି, ଯେତିକି ବଢୁଛି ଶୀତର ପ୍ରକୋପ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।  

 ତେବେ ଏଥିମଧ୍ୟରେ ଆସିଛି ଏକ ଆଶ୍ବସ୍ତିକର ଖବର ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଦୁଇ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।   

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.