ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ହେଲେ ନାହିଁ ଶ୍ରଦ୍ଧାଞ୍ଜଳିଙ୍କ ନାଁ

ଅର୍ଚ୍ଚନା ନାଁରେ ୫୦୧ ପୃଷ୍ଠାର ଚାର୍ଜସିଟ ହେଲେ ନାହିଁ ଶ୍ରଦ୍ଧାଞ୍ଜଳିଙ୍କ ନାଁ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି ।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଛି । ନୟାପଲ୍ଲୀ ଥାନାରେ ୬୪୬/୨୨କେସର ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇଛି । ଯେଉଁଥିରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଁରେ ବ୍ଲାକମେଲ, ସେକ୍ସୋର୍ଟସନ ଅଭିଯୋଗ ଆଣିଥିଲେ ପ୍ରଯୋଜକ ଅକ୍ଷୟ ପରିଜା । ଏନେଇ ସୂଚନା ଦେଇଛନ୍ତି ନୟାପଲ୍ଲୀ ଥାନା ଅଧିକାରି । ଚାର୍ଜସିଟରେ କେବଳ ଅର୍ଚ୍ଚନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଆଉ କାହାରବି ନାମ ଉଲ୍ଲେଖ କରାଯାଇ ନାହିଁ । ଏଥିରେ ଅନେକ ଦସ୍ତାବିଜ କାଗଜ ସମ୍ବଳିତ ତଥ୍ୟ ସମେତ ଅର୍ଚ୍ଚନା ସହ ହୋଇଥିବା ଚାର୍ଟିଂର ସ୍କ୍ରିନସଟ,ବ୍ୟାଙ୍କ ଟ୍ରାଞ୍ଜାକ୍ସନର ତଥ୍ୟ ସହ ଇମେଲର ଫଟୋକପି ମଧ୍ୟ ଉଲ୍ଲେଖ କରାଯାଇଛି । ଆଇପିସିର ଧାରା ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୬, ୧୨୦B, ୬୬E , ୬୭, ୬୭c ଆଇଟି ଆକ୍ଟରେ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏହି କେସ ଓପନ ରହିଛି ତେଣୁ ଆବଶ୍ୟକ ପଡ଼ିଲେ ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ ହେବ । ତେବେ ଗୁରୁତ୍ଵପୂର୍ଣ୍ଣ କଥା ଏହି ଚାର୍ଜସିଟରେ କେବଳ ଅର୍ଚ୍ଚନା ହିଁ ଅଭିଯୁକ୍ତ ଅଛନ୍ତି । ଏଥିରେ ନାଁ‌ କୌଣସି ଅନ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି ନା ଶ୍ରଦ୍ଧାଞ୍ଜଳି ନାଁ ଦର୍ଶାଯାଇଛି ।

ତେବେ ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ନାଁରେ‌ ପ୍ରଥମ ବ୍ୟକ୍ତି ଅକ୍ଷୟ ପରିଜା ଯେ ସେପ୍ଟେମ୍ବର 29ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପରେ ଅର୍ଚ୍ଚନାଙ୍କ କେଳେଙ୍କାରୀର ଗୁମର ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଥିଲା ‌। ପରେ ଶ୍ରଦ୍ଧାଞ୍ଜଳିର ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ସେହି ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ପ୍ରଥମେ ଅକ୍ଟୋବର 5ରେ ଅର୍ଚ୍ଚନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗ ମାମଲାରେ ବର୍ତ୍ତମାନ ଇଡି ଛାନଭିନ୍‌ କରୁଛି । ଟଙ୍କା କାରବାର ନେଇ ଜଣଙ୍କ ପରେ ଜଣଙ୍କୁ ଇଡି ଅଫିସ ଡକାଇ ପଚରାଉଚରା କରିଥିଲା । ଶେଷରେ ଖଗେଶ୍ବର ଓ ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାପରେ ଇଡି ସେମାନଙ୍କୁ ଗିରଫ କରିଛି । ଗତକାଲି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରି PMLA ଆକ୍ଟରେ ସେକ୍ସନ ୧୯ ଆଧାରରେ କୋର୍ଟରେ ହାଜର କରିଥିଲା । ଏହାପରେ ୨ୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ୩ଦିନିଆ ରିମାଣ୍ଡ ଅନୁମତି ମିଳିଥିବା ବେଳେ ଆସନ୍ତା ୨୬ ତାରିଖ ଯାଏଁ ଇଡିର ହେପାଜତରେ ରହିବେ ଜଗବନ୍ଧୁ ଚାନ୍ଦ । ଏନେଇ କୋର୍ଟଙ୍କ ପାଖରେ ୫ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା । ହେଲେ ୩ଦିନ ପାଇଁ ଅନୁମତି ଦେଇଥିଲେ କୋର୍ଟ ।

ଅର୍ଚ୍ଚନାଙ୍କଠାରୁ ଜବତ ମୋବାଇଲର ଡିଜିଟାଲ ତଥ୍ୟ ଫରେନସିକରୁ ଆସିବାର ଅଛି । ଯାହାକୁ ଆଧାର କରି ଇଡି ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଚାହୁଁଛି । କାରଣ ଅର୍ଚ୍ଚନାଙ୍କଠାରୁ ଜବତ ଇଲେକ୍ଟ୍ରୋନିକ ଗ୍ୟାଜେଟର ଡିଜିଟାଲ ଏଭିଡେନ୍ସ ପ୍ରାଥମିକ ରିପୋର୍ଟ ଆସିଛି । ହେଲେ ଅର୍ଚ୍ଚନାଙ୍କ ମୋବାଇଲର ଫରେନସିକ ରିପୋର୍ଟ ଏଯାଏ ଇଡିର ହସ୍ତକ୍ଷେପ ହୋଇନାହିଁ । ତେଣୁ ଦ୍ବିତୀୟ ପର୍ଯ୍ୟାୟରେ ଇଡିକୁ ଦେଵାକୁ ଥିବା ତଥ୍ୟରେ ହୁଏତ ଅର୍ଚ୍ଚନାର ମୋବାଇଲ ତଥ୍ୟ ମିଳିପାରେ । ଅର୍ଚ୍ଚନାଙ୍କ ମୋବାଇଲରେ ଆପତ୍ତିଜନକ ଭିଡିଓ ରହିଥିବା ନେଇ ପୋଲିସ ସିଜର ଲିଷ୍ଟରେ ଦର୍ଶାଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.