ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି।

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣ ସାମ୍ବାଦିକ, ସଂଘର୍ଷଶୀଳ ମହିଳା ଓ ସାମାଜିକ କର୍ମୀ ଅଛନ୍ତି। ଏମିତି ବି ମହିଳା ଅଛନ୍ତି, ଯେଉଁମାନେ ବହୁତ ଅତ୍ୟାଚାରର ଶିକାର ହୋଇଛନ୍ତି। ଏଥିପାଇଁ ଆମେ ଆମର ପ୍ରତିଶ୍ରୁତି ଅନୁସାରେ ମହିଳାମାନଙ୍କୁ ଟିକେଟ୍ ଦେଇଛୁ। ଆମ ପାର୍ଟିରୁ ଉନ୍ନାଓର ପ୍ରତ୍ୟାଶୀ, ଉନ୍ନାଓ ଗଣଦୁଷ୍କର୍ମର ମା’ ଅଛନ୍ତି। ଆମେ ତାଙ୍କୁ ମଉକା ଦେଉଛୁ କି, ସେମାନେ ନିଜ ସଂଗ୍ରାମ ଜାରି ରଖନ୍ତୁ। ଯେଉଁ ଶକ୍ତି ମାଧ୍ୟମରେ ତାଙ୍କ ଝିଅ ସହିତ ଅତ୍ୟାଚାର ହୋଇଥିଲା, ତାଙ୍କ ପରିବାରକୁ ବର୍ବାଦ କରି ଦିଆଯାଇଥିଲା, ଏବେ ସେହି ଶକ୍ତି ସେ ହାସଲ କରନ୍ତୁ’।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.