ଆଫ୍ରିକାରେ ପ୍ରଳୟଙ୍କରୀ ବାତ୍ୟା ‘ଫ୍ରେଡି’ର ତାଣ୍ଡବରେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ଆଫ୍ରିକାରେ ପ୍ରଳୟଙ୍କରୀ ବାତ୍ୟା ‘ଫ୍ରେଡି’ର ତାଣ୍ଡବରେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ଆଫ୍ରିକାର ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି ।ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି ।ଫ୍ରେଡି ପ୍ରଭାବରେ ମାଲାଓ୍ଵିରେ ବନ୍ୟା ଓ ଭୂସ୍ଖଳନ ହୋଇ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି ।

ଆଫ୍ରିକାର ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି ।ମଲାୱିରେ ଝଡ ‘ଫ୍ରେଡି’ ବ୍ୟାପକ କ୍ଷତି ଘଟାଇଛି ।ଫ୍ରେଡି ପ୍ରଭାବରେ ମାଲାଓ୍ଵିରେ ବନ୍ୟା ଓ ଭୂସ୍ଖଳନ ହୋଇ ୩୦୦ରୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଅତ୍ୟାବ୍ୟାକ ସାମଗ୍ରୀ ଯୋଗାଇଦେବାରେ ଏଠିକାର ସରକାର ଲାଗିପଡିଛନ୍ତି ।ସରକାରୀ ଆକଳନ ଅନୁସାରେ ୩୨୬ଜଣଙ୍କ ମୃତ୍ୟୁ ହୋଇସାରିଛି ।ଅନେକ ସ୍ଥାନ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ରହିଥିବାରୁ ବାସ୍ତବିକ କ୍ଷୟକ୍ଷତି କେତେ ହୋଇଛି ତାହା କହି ହେଉ ନାହିଁ। 

ସୂଚନାନୁସାରେ, ଫେବ୍ରୁଆରୀ ୬ରେ ଭାରତ ମହାସାଗରରେ ଅଷ୍ଟ୍ରେଲିଆ ନିକଟରେ ଫ୍ରେଡୀର ସୃଷ୍ଟି ହୋଇଥିଲା। ଦୀର୍ଘ ୪୧ ଦିନ ଧରି ବାତ୍ୟା ଫ୍ରେଡ୍ଡୀର ପ୍ରଭାବ ଜାରି ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.